ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦର ସୁପରଭାଇଜର ଏଣ୍ଡ ୱାର୍କରସ ୟୁନିୟନ ପକ୍ଷରୁ ଗୋପାଳପୁର ବନ୍ଦରରେ ସବୁଦିନିଆ କାମ ଯୋଗାଇଦେବା ପାଇଁ ଦାବୀ ହୋଇଛି । ୟୁନିୟନର ଶହେରୁ ଉର୍ଦ୍ଧ୍ଵ ସ୍କେଲ, ଟ୍ରାନ୍ସପୋର୍ଟ ଓ ସୁପରଭାଇଜର, ଗ୍ରୁପ ଲିଡର ଏବଂ ୟୁନିୟନର କର୍ମକର୍ତ୍ତାମାନେ ବନ୍ଦରରେ ୟୁନିୟନର ଶ୍ରମିକ ମାନଙ୍କୁ ତୁରନ୍ତ ସବୁଦିନିଆ କାମ ଯୋଗାଇ ଦେବା ନିମନ୍ତେ ଏକ ଆଲୋଚନା ବୈଠକ କରିଥିଲେ । ଗତ ଡିସେମ୍ବର ୧୨, ୨୦୧୫ ତାରିଖରେ ଗୋପାଳପୁର ପୋର୍ଟ ସବୁଦିନିଆ ବନ୍ଦର ଭାବେ ଘୋଷଣା କରିଥିଲେ ମଧ୍ୟ ୨୦୧୬ ମସିହାରେ ୩ଟି ଜାହାଜ ଲଗାଯାଇ କିଛି ଦିନ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଇଥିଲା । ପରବର୍ତ୍ତୀ ଅବସ୍ଥାନରେ ଆଉ କୌଣସି କାର୍ଗୋ ଜାହାଜ ଲାଗିନଥିଲା । ଫଳରେ ୟୁନିୟନର ୨୫୦୦ରୁ ଉର୍ଦ୍ଧ୍ଵ ଶ୍ରମିକ ଆଜି ସୁଦ୍ଧା କାମ ନ ପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଗୋପାଳପୁର ବନ୍ଦରରେ ଦିନକୁ ଦିନ ଶ୍ରମିକ ଅଶାନ୍ତି ବଢ଼ିବାରେ ଲାଗିଛି । ତେଣୁ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦେଖି ୟୁନିୟନର ସମସ୍ତ ଶ୍ରମିକ ମାନଙ୍କୁ ବନ୍ଦରରେ କାର୍ଯ୍ୟ ଯୋଗାଇଦେବା ଦାବୀ ହୋଇଛି । ଗୋପାଳପୁର ବନ୍ଦର ସୁପରଭାଇଜର ଏଣ୍ଡ ୱାର୍କରସ ୟୁନିୟନ ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ସମ୍ପାଦକ କେଶବ ନାହାକଙ୍କ ସମେତ ବହୁ ଶ୍ରମିକ ମାନେ ଏହି ଆଲୋଚନା ବୈଠକରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା