

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିବସ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିବସ ଥିଲା । ଆଜି ଗୋପାଳପୁର ବିଧାନସଭା ଆସନ ପାଇଁ ଏସ. ଧର୍ମରାଜୁ ରେଡ୍ଡୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହ ବ୍ରହ୍ମପୁର ଲୋକସଭା ଆସନ ପାଇଁ କେ. ଶ୍ୟାମବାବୁ ସୁବୁଦ୍ଧି ସ୍ୱାଧୀନ ପ୍ରାର୍ଥୀ ଭାବେ, ଭଞ୍ଜନଗର ବିଧାନସଭା ଆସନ ପାଇଁ ବୀରେନ୍ଦ୍ର ଗୌଡ଼ ସ୍ୱାଧୀନ ପ୍ରାର୍ଥୀ ଭାବେ, ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ, ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଅବନୀ କୁମାର ଗୟା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଓ ଚିକିଟି ବିଧାନସଭା ଆସନ ପାଇଁ ଶ୍ରୀମତୀ ଉଷା ଦେବୀ ବିଜୁ ଜନତାଦଳ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




