ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ:ବଲିଉଡ, ଓଲିଉଡ ଗାୟକଙ୍କ ସହ ସିନେତାରକା ରହିବେ ମୁଖ୍ୟ ଆକର୍ଷଣ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମିରେ ଆସନ୍ତା ୨୪ ତାରିଖରୁ ୫ଦିନ ବ୍ୟାପି ଆୟୋଜିତ ହେବାକୁ ଯାଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବକୁ ବେଶ୍ ଆର୍କଷଣିୟ କରିବାକୁ ଜିଲ୍ଲା ପ୍ରଶାସନ ସହ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କମିଟି ଅଣ୍ଟାଭିଡିଛି । ଆଜି ଏହି କ୍ରମରେ ମହୋତ୍ସବ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତ୍ରୁତି ବୈଠକ ଆୟୋଜନ ସହ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା । ଆସନ୍ତା ୨୪ ତାରିଖରେ ଆୟୋଜିତ ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ନେଇ ଡ଼ ପାଣିଗ୍ରାହୀ ସୂଚନା ଦେବା ସହ ପ୍ରଥମ ଦିବସରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ସାନୁନିଗମ ତାଙ୍କର ସଂଗୀତର ଯାଦୁରେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଓଲିଉଡ କଳାକାର ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନୀ ଯୋଡ଼ି ସହ କଣ୍ଠଶିଳ୍ପୀ ନାଭିଆ, ଶଶାଙ୍କ ଓ ଅନୁରାଗ ମଧ୍ୟ ଉପସ୍ଥିତ ରହିବେ । ଦ୍ଵୀତୀୟ ସନ୍ଧ୍ୟାରେ ମଧ୍ୟ ଅନୁରୂପ ଭାବେ ଓଲିଉଡ କଳାକାର ଆକାଶ ଓ ଏଲିନା ଯୋଡ଼ି ସହ ଅର୍ପିତା ଯୋଗ ଦେଉଥିବା ସହ ଲେଜର ମୋ ଏବଂ କଣ୍ଠଶିଳ୍ପୀ ବିଶ୍ୱଜିତ ଉପସ୍ଥିତ ରହିବେ । ତୃତୀୟ ସନ୍ଧ୍ୟାରେ ଓଲିଉଡ କଳାକାର ସବ୍ୟସାଚୀ ଓ ଅର୍ପିତା ଯୋଡ଼ି, ବଞ୍ଜାରା ଗାର୍ଲ୍ ପଲକ ଓ ପଲାସ ସହ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଯୋଗଦେବେ । ଏହାସହ ଚର୍ତୁର୍ଥ ସନ୍ଧ୍ୟାରେ ଓଲିଉଡ କଳାକାର ସମ୍ବିତ ଓ ଦିବ୍ୟା ଯୋଡ଼ି, କଣ୍ଠଶିଳ୍ପୀ ସୈମା ଓ ଅନୁରାଗ ସହ ଏମ୍ ଯେ ୫ ଡ୍ୟାନ୍ସ ଗ୍ରୃପ ସହ ପ୍ରନିସ ଡ୍ୟାନ୍ସ ଗ୍ରୃପ ନିଜର ଜଲବା ଦେଖାଇବେ । ପଞ୍ଚମ ତଥା ଉଦଯାପନୀ ଉତ୍ସବରେ ମଣ୍ଟୁ ଓ ସିବାନୀ ସହ ବଲିଉଡ ଗାୟକ ସାନ ତାଙ୍କ ଟିମ୍ ସହ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଥିଲେ । ଏଥିସହ ଏହି ଅବସରରେ ଗୋପାଳପୁରକୁ ସ୍ଥାନୀୟ ପର୍ଯ୍ୟଟକଙ୍କ ସହ ବାହାରର ପର୍ଯ୍ୟଟକ ମାନେ ମଧ୍ୟ ଏଠାରେ ଭିଡ ଜମାଇବେ ଏଣୁ ଆମ୍ଭମାନଙ୍କୁ ଏବଂ ଗୋପାଳପୁର ବାସିନ୍ଦାଙ୍କୁ ଭଲ ଭାବରେ ଅତିଥି ସତ୍କାର କରି ଉଦାହରଣ ସୃଷ୍ଟି କରିବାକୁ ବିଧାୟକ ଡ଼ ପାଣିଗ୍ରାହୀ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ମହୋତ୍ସବ କମିଟିର କୋର୍ଡିନେଟର ସର୍ବେଶ୍ଵର ରାଓ, ଅରୁଣ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି ଇଂ ଉମାଶଙ୍କର ପାଣିଗ୍ରାହୀଙ୍କ ସହ ସ୍ଥାନୀୟ ହୋଟେଲ୍ ମାଲିକ ମାନେ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ଭିଡକୁ ଆଖି ଆଗରେ ରଖି ମୁଖ୍ୟ ପେଣ୍ଡାଲ ପୂର୍ବ ସ୍ଥାନ ବଦଳରେ ବେକ ଓ୍ବାଟର କଡ଼ରେ ରହିଥିବା ମତ୍ସ୍ୟ ଅବତରଣ କେନ୍ଦ୍ର ପଛ ପଟେ ପ୍ରାୟ ୨ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ଲୋକଙ୍କ ବସିବା ବ୍ୟବସ୍ଥା କରାଯାଇଥିବା ସହ ୧୦୦କୁ ୧୦୦ବର୍ଗ ଫୁଟ ଓ ଛଅ ଫୁଟ ଉଚ୍ଚ ଷ୍ଟେଜ ନିର୍ମାଣ କରାଯାଇଛି । ଚଳିତ ବର୍ଷ ବସଷ୍ଟାଣ୍ଡ, ସମବାୟ ତାଲିମ କେନ୍ଦ୍ର ପରିସର ସହ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହାସହ ମହୋତ୍ସବ ସ୍ଥଳରେ ଓ୍ବାଇଫାଇ ବ୍ୟବସ୍ଥା ସିସିଟିଭି କ୍ୟାମେରା ସହ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ୨୫ପ୍ଲାଟୁନ ପୋଲିସ ଫୋର୍ସ ଗୋପାଳପୁରରେ ରହିବେ । ଏହାସହ ସମୁଦାୟ ୩୫୦ଟି ଷ୍ଟଲ ନିର୍ମାଣ କରାଯାଇ ଥିବାବେଳେ ଏଥିରୁ ପଲ୍ଲୀଶ୍ରୀ ମେଳାରେ ୨୦୦ ଷ୍ଟଲ ସହ ପ୍ରଥମ ଥର ନିମନ୍ତେ ବ୍ରହ୍ମପୁରରେ ବନବିଭାଗ ପକ୍ଷରୁ ଆୟୋଜିତ ହୋଉଥିବା ହାର୍ବଲ ମେଳା ଏଠାରେ ଆୟୋଜନ ସହ ୫୦ଟି ଷ୍ଟଲରେ ବିଭିନ୍ନ ବନଜାତ ଦ୍ରବ୍ୟ ବିକ୍ରି କରାଯିବ । ମୀନା ବଜାର ସହ ଦୋଳି ଓ ଫୁଡ୍ ପାର୍କର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା