

ଗୋପାଳପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ର ଶେଖର ନାଇଡୁ ଓ ଗୋପାଳପୁର ବିଧାୟକ ପ୍ରାର୍ଥୀ ଏସ. ଧର୍ମା ରାଜୁ ରେଡ୍ଡୀ ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀ, ରଙ୍ଗେଇଲୁଣ୍ଡା, ଡୋରା, ଆମ୍ବପୁଆ, ଲାଞ୍ଜିପଲ୍ଲୀ, ଆଙ୍କୁଲି, ଧବେଳେଶ୍ଵର ଖଣ୍ଡି ପ୍ରଭୃତି ଅଞ୍ଚଳରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଯାଇ ଭୋଟ ଭିକ୍ଷା କରିବା ସହ କଂଗ୍ରେସ ବିଜୟ ହେଲେ ଗୋପାଳପୁର ଠାରେ ନିଶ୍ଚିତ ବିମାନ ବନ୍ଦର ନିର୍ମାଣ, ଗୋପାଳପୁର ପୋର୍ଟକୁ ସବୁ ଦିନିଆ କରିବା, କିଆପୁଲ ଚାଷୀଙ୍କୁ ଉଚିତ ମୂଲ୍ୟ, ମତ୍ସ୍ୟ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର, ଗୋପାଳପୁର ଠାରେ ଏକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା, ପର୍ଯ୍ୟଟନର ବିକାଶ ପ୍ରଭୃତି ବିକାଶ ମୂଳକ କାମ ହାତକୁ ନିଆଯିବ ବୋଲି ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ର ଶେଖର ନାଇଡୁ ଲୋକଙ୍କୁ କହିଥିଲେ । ବିଭିନ୍ନ ପଞ୍ଚାୟତ ମାନଙ୍କରେ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ସମ୍ବର୍ଦ୍ଧନା ଦେବା ସହ ଗୋପାଳପୁର ବିଧାନ ସଭାରେ ଜଣେ ତେଲୁଗୁ ଲୋକ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାରୁ ଲୋକଙ୍କ ଭିତରେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଥିଲା । ଏହି ଶୋଭାଯାତ୍ରାରେ ଏଆଇସିସି ସମ୍ପାଦକ ଅନୀଲ ରେଙ୍ଗୁରି, ଜିଲ୍ଲା ସଭାପତି ତ୍ରିନାଥ ବେହେରା, ପି. ରାମା ରାଓ ରେଡ୍ଡୀ, ସୁନୀଲ ସାହୁ, ଆର. ରାଜେନ୍ଦ୍ରା, ହରି ପାତ୍ର, ସୁଦର୍ଶନ ମଲାଣ, ଉମାକାନ୍ତ ସାସମଲ, ଚନ୍ଦ୍ର ଶେଖର ରାଓ, ଦମ୍ବୁରୁ ରଣା, ଏମ. ମଧୁ, କୃଷ୍ନା, ମିନାକ୍ଷୀ ରେଡ୍ଡୀ, ଏମ. କୃଷ୍ନା ରେଡ୍ଡୀ, ନିର ନାୟକ, ବାବୁଲି ନାୟକ ପ୍ରଭୃତି ୫ ଶହ ବାଇକ ରାଲିରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା













