ଗୋପୀମୋହନ ପଞ୍ଚାୟତରେ ‘ରକ୍ଷକ’ର ସଚେତନତା : ମଟର ଯାନ ଆଇନ୍ ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଜୁ ଯୁବବାହିନୀର ସଦସ୍ୟ, ସଦସ୍ୟାଙ୍କ ଦ୍ୱାରା ମଟର ସାଇକେଲ, ସ୍କୁଟର, ଟେମ୍ପୋ, କାର୍, ଟାଟା ମେଜିକ୍, ପିକ୍ଆପ୍ ଗୁଡିକର ଚାଳକ ମାନଙ୍କୁ ଆଜି ସଚେତନା କରାଯାଇଥିଲା । ଗୋପୀମୋହନପୁର ଠାରୁ ରାସ୍ତା କଲ୍ୟାଣପୁର, ଜଳେଶ୍ୱର, ସରସିଦା, ଜମାଳପୁରକୁ ଯାଇଥିବାରୁ ସେଠାରେ ଏହି କାର୍ଯ୍ୟକ୍ରମ ଲାଗି ସିଦ୍ଧାନ୍ତ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଜୁ ଯୁବବାହିନୀର ବ୍ଲକ କୋଡିନେଟର କାଳିଚରଣ ଦାସ, ସରପଂଚ ରବିନ୍ଦ୍ର ଜେନା, ଗୋପିମୋହନପୁର ବିଜୁଯୁବବାହିନୀ ସଂପାଦକ ମାନସ ରଞ୍ଜନ ଧଳ, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାସ, ଗଡସାହିବାଲିଆପାଳ ସଭାପତି ରାଜୀବ ଗିରି, ଖୁଲୁଡା ସଭାପତି ବେଦାର କିରି, ସଂପାଦକ ମନୋଜ ଜେନା ପ୍ରମୁଖ ବହୁ ସଦସ୍ୟ ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଗୋପିମୋହନପୁର ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ । ଯାନ ଚାଳକ ମାନଙ୍କୁ ଫୁଲତୋଡା ଦେଇ ସଚେତନ କରାଇବା ସହିତ ଯମରାଜ ଭୁମିକାରେ ମଧୁସୂଦନ ନନ୍ଦି ପଥପ୍ରାନ୍ତ ଅଭିନୟ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା