ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୋବର୍ଦ୍ଧନାପୀଠାଧିଶ ପୁରୀର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଆନନ୍ଦ ବିହାର-ପୁରୀ ରେଳ ଯୋଗେ ଆସି ଜଳେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ଉପସ୍ଥିତ ଥିବା ହଜାର ହଜାର ଭକ୍ତ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟଧ୍ୱନୀ, ଶଂଖନାଦ ଓ ଖୋଳ କୀର୍ତ୍ତନରେ ପ୍ରକମ୍ପିତ କରିଥିଲେ । ସେଠାରେ ଉପସ୍ଥିତ ହୋଇ ରହିଥିବା ବିଶିଷ୍ଟ ବ୍ୟକ୍ତିମାନେ ସ୍ୱାମୀଜୀ ଟ୍ରେନ୍ରୁ ଓହ୍ଲାଇବାପରେ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ଫୁଲମାଳ ଓ ପୁଷ୍ପାର୍ଘ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଉଚ୍ଛସୀତ ଜନସାଧାରଣ ଦର୍ଶନ କରିବା ସହିତ ହୁଳହୁଳି, ବାଦ୍ୟ ଯନ୍ତ୍ରର ତାଳେତାଳେ ୩ ନଂ ପ୍ଲଟଫର୍ମ ରୁ ୧ନଂ ପ୍ଲଟଫର୍ମକୁ ଏକ ହୁଇଲ୍ ଚେୟାର ଯୋଗେ ନିଆଯାଇଥିଲା । ଷ୍ଟେସନ ପ୍ରବନ୍ଧକ ଖଗେନ୍ଦ୍ର ନାଥ ମଣ୍ଡଳ, ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ, ଜିଆର୍ପି ଓସି ଜେଏନ୍ ମହାପାତ୍ର, ଆର୍ପିଏଫ ଏଏସ୍ଆଇ ଭଗବାନ ସିଂ, ଜିଆର୍ପି ଏଏସ୍ଆଇ ସୁଶିଲ କୁଜୁରଙ୍କ ସହତ ରାଜ୍ୟ ଓ ରେଳବାଇର ପୁଲିସ୍ ଉପସ୍ଥିତ ଥିଲେ । ଷ୍ଟେସରେ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିବା ପୂର୍ବତନ ଏମ୍ପି ଡ. କାର୍ତ୍ତିକେଶ୍ୱର ପାତ୍ର, ଡ. ସତୀଶ ଚନ୍ଦ୍ର ପଣ୍ଡା, ରାଜକୁମାର ଦାସ, ଆଇନ୍ଜିବୀ ଭୂବନାନନ୍ଦ ଦାସ, ଆଶିଷ ମହାନ୍ତି, ସନ୍ତୋଷ ଜେନା, ରଂଜନ ପାତ୍ର, ଅଂଶୁମାନ ମହାନ୍ତି, ଅଜିତ୍ ମହାନ୍ତି, ଅରୁଣ ବେଜ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ଚନ୍ଦନ ଦାସ, ଅଶୋକ ଦାସ, ଡ. ପ୍ରଫୁଲ୍ଲ ଦେ, ଡ. ବିବେକାନନ୍ଦ ସାହୁ, ରାଧାଶ୍ୟାମ ଦାସ, ସତ୍ୟରଂଜନ ଦାସ, ସୁଧିର ମହାନ୍ତି, ରାମଚନ୍ଦ୍ର ଜେନା, ଫାଲଗୁନୀ ପାଣିଗ୍ରାହୀ, ଅନନ୍ତ ଦାସ, ଆଦିତ୍ୟ ନାରାୟଣ ପାତ୍ର, ରବିନ୍ଦ୍ର ପାତ୍ର, ଶରତ ପରିଡା, ଅବନୀ ଚାନ୍ଦ, ସୁକୁମାର ରଣା, ରବିନାରାୟଣ ପାତ୍ର, ସତ୍ୟବ୍ରତ ପ୍ରଧାନ, ମନୋଜ ଭୂୟାଁ, ରାଜେଶ ପ୍ରଧାନ, ସୁଶାନ୍ତ ପ୍ରଧାନ, ଗୋପବଂଧୁ ସାହୁ, ଶ୍ରୀକୃଷ୍ଣ ଗୁପ୍ତା, ଆଶିଷ ଗିରି, ପ୍ରବୀର କୁମାର ରାଉଳ, ବଂଶୀଧର ସାହୁ, ହରେକୃଷ୍ଣ ମହାନ୍ତି, ମଧୁଛନ୍ଦା ମହାନ୍ତି, ରାଜଶୀ ଚନ୍ଦ, ନରେନ୍ଦ୍ର ଦାସ, ପ୍ରଦୀପ ମାହାନା, ଅମଳେନ୍ଦୁ ଦାସ, ପ୍ରଦୀପ ଦାସ, ସୁମନ୍ତ ବେହେରା, ବିଦ୍ୟାଭୂଷଣ ଦାସ, ଶ୍ରୀକୁମାର ଘୋଷ, କାର୍ତ୍ତି ମଣ୍ଡଳ, ଗିରିଶ ଦତ୍ତଙ୍କ ସହିତ କୁରୁଠିଆ ମଠ, ଜଳେଶ୍ୱର ଇସ୍କନ୍ ମଠର ବହୁ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା