ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଦେଶରୁ ଗୋରୁ ଗାଈଙ୍କୁ ଖୁରା ରୋଗରୁ ସୁରକ୍ଷା ଯୋଗାଇବାପାଇଁ କେନ୍ଦ୍ର ସରକାର ଏକ ଯୋଜନା ପ୍ରଚଳନ କରିଛନ୍ତି । ଫଳରେ ୪ ମାସର ବାଛୁରୀ ଠାରୁ ସମସ୍ତ ଗୋରୁ, ଗାଈ, ବାଛୁରୀକୁ ମାଗଣାରେ ଟିକାକରଣର ବିଭାଗ ପକ୍ଷରୁ ବ୍ୟାପକ ବ୍ୟସ୍ଥା ହୋଇଛି । ଆଜି ଶନିବାର ଠାରୁ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ୩୧ତାରିଖ ଦିନତମାମ ବ୍ଲକ ସ୍ତରୀୟ ସମସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀଙ୍କୁ ଏହି ତାଲିମ ବ୍ଲକ ସ୍ତରୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦିଆଯାଇଛି । ବିଭିଓ ସୁନିଲ କୁମାର ଭୂୟାଁ, ଅତିରିକ୍ତ ବିଭିଓ ବିଶ୍ୱନାଥ ପୃଷ୍ଟି ଓ ରାଇବଣିଆର ଭିଏଏସ୍ ଶୁଭସ୍ମିତା ଦେ ଏହି ତାଲିମ ଦେଇଥିବା ବେଳେ ନାମ୍ପୋର ପଶୁପତି ପ୍ରଧାନ, ଶିଖରପୁରର ବିମଳ ଚନ୍ଦ୍ର ନାୟକ, ଜମାଳପୁରର ଚତୁର୍ଭୁଜ ବେହେରା, ଖୁଆଡର ସୁଦାମ ବାଗ ଓ ମାଳିପାଳର ଚନ୍ଦ୍ର ମୋହନ ହେମ୍ବ୍ରମ ଏହି ତାଲିମ ପାଇଛନ୍ତି । ଜଳେଶ୍ୱର ଓ ରାଇବଣିଆ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀମାନେ ଏହି ତାଲିମ ପାଇଥିବା ବେଳେ ବର୍ତ୍ତନା, ନଛିମପୁର, ଶାଳବଣି ଓ ଓଲମରା ଏଲ୍ଆଇ କେନ୍ଦ୍ରରେ କେହି ଏଲ୍ଆଇ ନ ଥିବାରୁ ସେମାନେ ତାଲିମ ନେଥପାରି ନାହାନ୍ତି । ଫଳରେ ସେ ଅଂଚଳରେ ଖୁରାନିରାକରଣ ଟିକା ଦେବାଲାଗି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା