ସୋରଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୭୫ତମ ସ୍ବାଧିନତା ଦିବସ ପାଳନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ସହରରେ ଥିବା ସରକାରୀ ଅନୁଷ୍ଠାନ ମାନଙ୍କରେ ଉଚ୍ଚ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନେ ଯୋଗ ଦେଇଥିଲେ ।ଏ.ବି. ଇ. ଓ. ଅଭିମନ୍ୟୁ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଏ.ବି. ଇ. ଓ. କମ୍ ସି.ଆର୍.ସି.ସି. ଜଗନ୍ନାଥ ଭୂୟାଁ ମୁଖ୍ୟବକ୍ତା ସାଜିଥିଲେ ।ସମ୍ମାନିତ ଅତିଥି ରୂପେ ଏ.ବି. ଇ. ଓ . ସୁଶୀଳା ପାତ୍ର ,ସୂର୍ଯ୍ୟମଣି ବେହେରା ଙ୍କ ସମେତ ବିଭାଗୀୟ ଅଧିକାରୀ ଶ୍ରୀ ମନୋରଞ୍ଜନ ନନ୍ଦ ,ରମେଶ ଚନ୍ଦ୍ର ପାଳ,ଦିଲ୍ଲୀପ କୁମାର ସାହୁ,ହେମନ୍ତ କୁମାର ପଣ୍ଡା ,ସ୍ନେହ ପ୍ରଭା,ସି.ଆର୍.ସି.ସି. ଚିନ୍ତାମଣି ତ୍ରିପାଠୀ ,ଅଶୋକ କୁମାର ବିଷୋୟୀ ,ହାଜରି ନାୟକ,ବାଇଧର ଗୌଡ,ପ୍ରତାପ କୁମାର ପଣ୍ଡା,କାଳୀଚରଣ ଗୌଡ , ମୋତିଲାଲ ପ୍ରଭୃତି ଉପସ୍ଥିତ ଥିଲେ ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଗଭୀର ଦେଶ ପ୍ରେମ ସମସ୍ତ ଙ୍କ ହୃଦୟ କୁ ଆନନ୍ଦ ପ୍ରଦାନ କରିଥିଲା ।ଏହା ସହିତ ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ୍ ଠାରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା।ମୁଖ୍ୟବକ୍ତା ରୂପେ ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର କାର୍ଯ୍ୟ ନିର୍ବାହ କରିଥିଲେ ।ସରକାରୀ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ ସଙ୍ଗେ ସଙ୍ଗେ ଅତିରିକ୍ତ ତହିଲଦାର କୋରେଶ ଚନ୍ଦ୍ର ଜନି,ଥାନାଧିକାରୀ ରମେଶ କୁମାର ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମଞ୍ଚଳ ମଣ୍ଡଳ ,ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୟୁତିକୃଷ୍ଣ ପାତ୍ର , ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ,ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ମାନଙ୍କ ମଧ୍ୟ ରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଳୀ ଚରଣ ପ୍ରଧାନ,ସମାଜ ସେବୀ ଲଡୁ କିଶୋର ଦାସ ଙ୍କ ସମେତ ପୋଲିସ ବାହିନୀ ଓ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।ସାମାଜିକ ଦୂରତାକୁ ବି କଡାକଡି କରାଯାଇଥିଲା ।
ରିପୋର୍ଟ:ଆଶୁତୋଷ ପଟ୍ଟନାୟକ