
ଢେଙ୍କାନାଳ(ସମୃଦ୍ଧଓଡିଶା) ଢେଙ୍କାନାଳ ସଦର ବ୍ଲକର ଗ୍ରାମ ସେବକମାନେ ଗାଁ ପରିଭ୍ରମଣରେ ଆସୁନାହାଁନ୍ତି l ଫଳରେ କୃଷିଯାତ ବିହନ, ସାର ଓ ବିଶୋଧନ ବିଷୟରେ ଜାଣିପାରୁନାହାନ୍ତି l ଚାଷୀ ହନ୍ତସନ୍ତ ହୋଇ ଗ୍ରାମ ସେବକଙ୍କୁ ଫୋନ କଲେ କଥା ହେଉନାହାନ୍ତି କି ଗାଁ କୁ ମଧ୍ୟ ଆସୁନାହାନ୍ତି l ସଦର ବ୍ଲକ ଶୁଆଖାଇ କାଟେଣୀର କବିରାଜ ବେହେରା, ଚକ୍ରଧର ସାହୁ, ନିରଞ୍ଜନ ବେହେରା ପ୍ରମୁଖ ଚାଷୀମାନେ ଆଜି ମଙ୍ଗଳବାର ପୂର୍ବାହ୍ନରେ କୃଷି ଅଧିକାରୀଙ୍କୁ ଜଣାଇବା ସହିତ ସେମାନଙ୍କୁ ପ୍ରତ୍ୟେକ ଗ୍ରାମକୁ ପଠାଇ ଚାଷୀ ମାନଙ୍କୁ ବିଭିନ୍ନ ଚାଷ ସମ୍ପର୍କରେ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ l ତାଛଡା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁବ୍ରତ ପାଢ଼ୀ କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ତାଙ୍କ ସହିତ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ l ଜିଲ୍ଲାରେ ଆବଶ୍ୟକ ମୁତାବକ ଗ୍ରାମ ସେବକ ପୋଷ୍ଟିଙ୍ଗ ନାହାନ୍ତି ଏବଂ ୬ ରୁ ୭ ଟି ପଞ୍ଚାୟତରେ ଜଣେ ଲେଖାଏଁ ଗ୍ରାମ ସେବକ ଅଛନ୍ତି ବୋଲି ଶ୍ରୀ ପାଢ଼ୀ ଜଣାଇଥିଲେ l କୃଷି ପାଇଁ ଆବଶ୍ୟକ ସାର, ବିହନ ଓ କୀଟନାଶକ ଯୋଗାଇବା ସହିତ ଆବଶ୍ୟକ ମୁତାବକ ଗ୍ରାମ ସେବକ ଓ ଅନ୍ୟ କର୍ମଚାରୀ ନିୟୋଜିତ କରିବାପାଇଁ ଚାଷୀ ତଥା ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି l
ରିପୋର୍ଟ : ରଜତ ମହାପାତ୍ର