

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଲୱ।ନ ଘାଟିରେ ଚୀନ ସେନାର ଅତର୍କିତ ଆକ୍ରମଣର ମୁକାବିଲା ସମୟରେ ଆମର ବୀର ୨୦ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ସେଥିରେ ଓଡିଶାର ୨ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଏହି ପରିପେକ୍ଷୀରେ ଶହୀଦ ଯବାନଙ୍କ ଉଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ବରଗାଁ ଯୁବପିଢ଼ି ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସହ ଚୀନ ସୈନ୍ୟର ଦୋମୁହାଁ ନୀତି ମୁକାବିଲା ନିମନ୍ତେ ପ୍ରତ୍ୟେକ ନାଗରିକ ଚାଇନା ବସ୍ତୁ ପ୍ରତ୍ୟାହାର ନିମନ୍ତେ ସଂକଳ୍ପ ଗ୍ରହଣ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା । ସେହିଭଳି କାର୍ଯ୍ୟକର୍ମରେ ଉପସ୍ଥିତ ଗ୍ରାମର ଯୁବପିଢ଼ି ଚୀନ ସାମଗ୍ରୀ ବର୍ଜନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ରାଜେଶ ନାୟକ, ସୁନିଲ ସେଠୀ, ଶୁଭ୍ରାଂଶୁ ଶେଖର ବାରିକ, ବରଗାଁ ସରପଞ୍ଚ ଉମା ଶଙ୍କର ବାରିକ, ଭାଇସ ଚେଇରୀମେନ ହିମାଂଶୁ ଶେଖର ବାରିକ, ଗ୍ରାମ ସଭାପତି ବିଦ୍ୟାଧର ପ୍ରଧାନ ଓ ଗ୍ରାମର ସମସ୍ତ ଯୁବ ପିଢ଼ି ସାମିଲ ହୋଇଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ
