ଗ୍ରାମରକ୍ଷୀଙ୍କୁ ଜନସେବା ଶିକ୍ଷା ପ୍ରଦାନ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ବ୍ରିଜେଶ କୁମାର ରାୟଙ୍କ ଦ୍ଵାରା ଗାଁ ମାନଙ୍କରେ କାର୍ଯ୍ୟରତ ଗ୍ରାମରଖୀମାନଙ୍କୁ  ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସଚେତନ କରାଇବା ଓ ଲୋକଙ୍କୁ ବିପଦରୁ କିପରି ରକ୍ଷାକରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଛତ୍ରରପୁର ପ୍ରତ୍ୟେକ କାର୍ଯ୍ୟାଳୟ ଓ ଏସପିଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବସରେ ଯାଇ ଗ୍ରାମରକ୍ଷୀ ମାନେ ବୁଲି ଦେଖିଥିଲେ ଓ ସେମାନଙ୍କୁ ସହରରେ କିପରି ଭାବରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ଗାଁ ଲୋକ ମାନଙ୍କ ପ୍ରତି ବିପଦରୁ ରକ୍ଷା କରା ଯାଇ ପାରିବ ସେ ନେଇ ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା।