ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ ଅଧିନ ଖୁଦିଆ ମାଝିସାହି ପଂଚାୟତର ତୋଟାପଟା ଗ୍ରାମରେ ଥିବା ପତିତ କିସମ ଜାଗାକୁ ତହସିଲ ପକ୍ଷରୁ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଥିବାରୁ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ଏ ସମ୍ପର୍କରେ ଆଜି ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଜଳେଶ୍ୱର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଘଟଣାରୁ ପ୍ରକାଶ ଗ୍ରାମର ହାଲ ଖାତା ୨୯୬ ପ୍ଲଟ ନଂ ୩୪୫ରେ ଗ୍ରାମବାସୀମାନେ ୭୦ବର୍ଷ ଧରି ବିଭିନ୍ନ ବୃକ୍ଷରୋପଣ କରି ଏହାର ରକ୍ଷଣାବେକ୍ଷଣ କରି ଆସୁଛନ୍ତି । ମାତ୍ର ନିକଟରେ ଭୂମିହୀନଙ୍କୁ ଥଇଥାନ କରିବା ଲାଗି ସେଠାରେ ଜମିପଟ୍ଟା ଯୋଗାଇ ଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଭୂମୀହିନଙ୍କ ମଧରେ କେତେକ ପଶ୍ଚିମବଂଗ ଅଧିବାସୀ ଥିବାରୁ ସେଠାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି । ଭବିଷ୍ୟତରେ ରକ୍ତପାତକୁ ଏଠାଇବାନେଇ ଗ୍ରାମ୍ୟକମିଟି ନିଷ୍ପତ୍ତି କ୍ରମେ ଗ୍ରାମର ସଂଜୀବ କୁମାର ଘୋଷ, ଗୌର ଚନ୍ଦ୍ର ସାହୁ, ବଳରାମ ଘୋଷ, ବିଶ୍ୱମ୍ବର ପାଳ, ଏକାଦୋଷୀ ପାଳ, ପ୍ରତାପ ଚନ୍ଦ୍ର ସାହୁ, ବିଜୟ ପ୍ରମାଣିକ ପ୍ରମୁଖ ତାହସିଲଦାର ସ୍ମୃତିରଂଜନ ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା