
ଜଳେଶ୍ୱର (ସମୃଦ୍ଧ ଓଡିଶା) ଅରଦିବାସୀ ଅଧ୍ୟୁସୀତ ରାଇବଣିଆ ଅଞ୍ଚଳରେ ବ୍ୟାଙ୍କ ସେବାର ବିଶେଷ ସୁବିଧା ନ ଥିବା ବେଳେ ଓଲମରାସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ଚାଲିଛି ମାତ୍ର ୨ଜଣ କର୍ମଚାରୀରେ । ଏହି ଶାଖା ଦ୍ୱାରା ଓଲମରା, ସର୍ଦ୍ଦାରବନ୍ଧ, ମାକିଡିଆ ପଞ୍ଚାୟତର ଅଧିବାସୀମାନେ ଟଙ୍କା ଦେଣନେଣ କରିଥାନ୍ତି । ଏକ ତଥ୍ୟରୁ ପ୍ରକାଶ ଏହି ବ୍ୟାଙ୍କ ଜରିଆରେ ପ୍ରାୟ ୨୭ କୋଟିରୁ ଅଧିକ ଟଙ୍କା ଦେଣନେଣ ହୋଇଥାଏ । ଏଠାରେ ନୂତନ ପାସ୍ବୁକ୍ ଖୋଲିବ, ଦୈନିକ ଟଙ୍କା ଜମା ନେବା, ୨୫ଟି ନୂଆ ପାସ୍ବୁକ୍ ଖୋଲିବା, ୬ରୁ ଉର୍ଦ୍ଧ୍ୱ ସ୍ଥାୟୀ ଜମା ରଖିବା, ୫ରୁ ଅଧିକ ବ୍ୟକ୍ତି ଋଣ ନେବା, ଏସ୍ଏଚ୍ଜି ମାନଙ୍କର ଟଙ୍କା ଦେଣନେଣ ଇତ୍ୟାଦି ଗୁରୁ ଦାୟିତ୍ୱ ଥିବା ବେଳେ ସେଠାରେ ମ୍ୟାନେଜର ଓ ଅନ୍ୟଜଣେ କିରାଣୀ ସେବା ଯୋଗାଇବାକୁ ଅଛନ୍ତି । ଦୂରଦୂରାନ୍ତରୁ ଗ୍ରହକମାନେ ଆସି ସେବା ନ ପାଇବା ବା ବିଳମ୍ବରେ ସେବା ପାଇବା ଯୋଗୁଁ ଅସନ୍ତୋଷ ବଢି ଚାଲିଛି । କରୋନା ସଂକ୍ରମଣ ସମୟରେ ଦୀର୍ଘ ସମୟ ଅପେକ୍ଷା କରିବାରୁ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହେବା ଅସମ୍ଭବ ହୋଇ ପଡୁଛି ଓ ଲୋକମାନେ ଦୀର୍ଘ ସମୟ ଲମ୍ବାଧାଡିରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଓଲମରା ସରପଞ୍ଚ ଯତିନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ବ୍ରିଜେସ୍ ରଣା, ମାକିଡିଆ ସରପଞ୍ଚ ବଳରାମ ବର୍ଷାଳ, ସଦନର୍ଦାର ବନ୍ଧ ସରପଞ୍ଚ ଦିଲ୍ଲିପ ସାମଲ ସହିତ ଧିରେନ୍ଦ୍ର ନାଥ ଦତ୍ତ, ବଂଶୀଧର ଦାସ, ରାଖାଲ ନାୟକ, ଧନଞ୍ଜୟ ଦତ୍ତ, ଦିଲ୍ଲିପ ଅଧିକାରୀ, ତାପସ ମହାନ୍ତି, ସୁବ୍ରତ ବେହେରା, ପ୍ରଭାକର ଚାନ୍ଦ, ପ୍ରଦୀପ ସାହୁ, ସୂର୍ଯ୍ୟକାନ୍ତ ଘୋଷ, ଦେବେନ୍ଦ୍ର ନାୟକ, ତାରାକାନ୍ତ ଘରାଇ, ସୃଷ୍ଟିଧର ପାତ୍ର, ବିଶ୍ୱନାଥ ବେହେରା ପ୍ରମୁଖ ବାଲେଶ୍ୱର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା