ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୁଆ ପୋଡ଼ମପେଟା ଗ୍ରାମରେ ମାଗଣାରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟି ତରଫରୁ ଆୟୋଜିତ ଏହି ମାଗଣାସ୍ଵାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଗ୍ରାସୀମର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ପ୍ରବୀଣ କୁମାର ଦାସ, ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ପୂର୍ବା ଟ୍ରଷ୍ଟର ଏମ.ଡି ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଯୋଗଦେଇଥିଲେ । ସିଏସଆର ଅଧିକାରୀ ଶୁଶାନ୍ତ କୁମାର ଦାସଙ୍କ ତତ୍ୱାବଧନରେ ଏହି ଶିବିରରେ ମେଡିସିନ ଡାକ୍ତର ଧବେଳେଶ୍ୱର ମେହେର, ଶିଶୁ ବିଭାଗର ସୁପର ସ୍ପେସିଆଲିଷ୍ଟ ପ୍ରଜ୍ଞା ପାଣିଗ୍ରାହୀ, ଗ୍ୟାଷ୍ଟଲୋଜି ଚିତ୍ତରଞ୍ଜନ ଖାଟୁଆଳ, ରିନାମେହେର ପ୍ରମୂଖ ଡାକ୍ତର ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି ଶିବିରରେ ୬୮୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା