ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ଅତିଷ୍ଠ : ନୁଆଁ ଟ୍ରାନ୍ସଫରମର ପ୍ରତିଷ୍ଟା ଦାବୀ…

ଗୋପାଳପୁର (ସମୃଦ୍ଧ ଓଡିଶା) ଆଜିକୁ କିଛି ଦିନ ହେଲା ସହରରେ ବିଦ୍ୟୁତ୍ କାଟ ଘନ ଘନ ହେଉଛି । ଦିନ କୁ ଦିନ ସହରରେ ଜନବସତି ବଢିବାରେ ଲାଗିଛି । ବିଭିନ୍ନ ଗାଁ ମାନଙ୍କରୁ ଲୋକମାନେ ଆସି ସହରରେ ବସବାସ କରିବାକୁ ପସନ୍ଦ କରନ୍ତି, କାରଣ ସହରରେ ସମସ୍ତ ପ୍ରକାର ସୁବିଧା ସେମାନେ ପାଇଯାଆନ୍ତି । ସହରର ତଳିଆ ବସ୍ତି ହେଉ କିମ୍ବା ଜନଗହଳିପୂର୍ଣ୍ଣ ଆଞ୍ଚଳ ହେଉ, ସେମାନେ ଘର ଭଡାରେ ବସବାସ କରନ୍ତି ଏବଂ ପ୍ରତିମାସରେ ବିଦ୍ୟୁତ୍ ବିଲ ମଧ୍ୟ ପୈଠ କରନ୍ତି । ଯଦି ପୈଠ କରିବାରେ ବିଳମ୍ବ ହୁଏ ତେବେ ବିଦ୍ୟୁତ୍ ବିଭାଗ ସେମାନଙ୍କ ଠାରୁ ମୂଳ ସୁଧ ସହିତ ଆଦାୟ କରେ, ଶେଷରେ ବିଦ୍ୟୁତ୍ ଲାଇନ୍ କାଟିବାରେ ମଧ୍ୟ ପଛାଏ ନାହିଁ । ଦିନ କୁ ଦିନ ସହରରେ ଚୋରି ମଧ୍ୟ ବଢିବାରେ ଲାଗିଛି, ଚୋରମାନେ ଅନ୍ଧାରର ସୁଯୋଗ ନେଇ ଚୋରି କରିବାକୁ ମଧ୍ୟ ପଛାଉନାହାନ୍ତି । ବହୁପୂର୍ବରୁ ବସିଥିବା ଟ୍ରାନ୍ସଫର୍ମର ଗୁଡିକ ଅଳ୍ପ ଘରମାନଙ୍କୁ ସୁହାଇଲା ଭଳିଆ କରାଯାଇଥିଲା, ଯାହାଫଳରେ ବିଦ୍ୟୁତ୍ କାଟ ହେବ।ର ଗୋଟିଏ ସମୟ ଥିଲା, ଛାତ୍ରଛାତ୍ରୀମାନଙ୍କ ପଢ଼ାପଢ଼ିରେ କିଛି ଅସୁବିଧା ହେଉ ନ ଥିଲା, ଚୋରୀ ମଧ୍ୟ ସେତେ ହେଉ ନ ଥିଲ। । ଧୀରେ ଧୀରେ ଜନବସତି ବଢିଲା ପରେ ମଧ୍ୟ ବିଦ୍ୟୁତ୍ ବିଭାଗ ତରଫରୁ ଆଉ ଟ୍ରାନ୍ସଫର୍ମରକୁ ବଦଳି କରାଗଲାନାହିଁ କି ତାହାର ଅନ୍ୟ କିଛି ଉପାୟ ବାହାର କରାଗୋଲାନାହିଁ , ଯାହାଦ୍ୱାରା ଅଞ୍ଚଳ ମାନଙ୍କରେ ବିଦ୍ୟୁତ୍ ବାରମ୍ବାର କଟିଲା, ଏବଂ ସନ୍ଧ୍ୟା ସମୟରେ ପାୱାର କମ୍ ରହିଲା । ଜଣେ ସଚେତନ ନାଗରିକ ହିସାବରେ ବିଦ୍ୟୁତ୍ ବିଭାଗର ଉପରିସ୍ଥ ଅଫିସର ମାନଙ୍କୁ ସୂଚେଇବାକୁ ଚାହେଁ କି ଏହାର କିଛି ସ୍ଥାୟୀ ସମାଧାନ କରା ନ ଗଲେ ଭବିଷ୍ୟତରେ ଜନଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଅସିତ କୁମାର ସାବତ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା