ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାର ବିଭିନ୍ନ ସହରାଞ୍ଚଳରେ ଘର ଦୁଆରେ ଡାକ୍ତରୀ ଟିମ୍ ତଥା ରାପିଡ୍ ରେସ୍ପନ୍ସ ଟିମ୍ ପହଞ୍ଚି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି । ଏହି ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂରେ ଏହି ଟିମ୍କୁ ସହଯୋଗ କରିବା ସହ ଲକ୍ଷଣଗୁଡିକୁ ନ ଲୁଚାଇବାକୁ ଆଇଏଏସ୍ ତଥା ଛତ୍ରପୁର ସବ୍ଡିଭିଜନର ସ୍ୱତନ୍ତ୍ର ଏଡିଏମ ପାରୁଲ ପଟଉଆରି ଟୁଇଟ୍ କରି କହିଛନ୍ତି । ଏହି ରାପିଡ୍ ରେସ୍ପନ୍ସ ଟିମ୍ରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ହେଲ୍ପର ରହିଛନ୍ତି । ଛତ୍ରପୁର ଏନ୍ଏସିରେ ୫ଟି ଡାକ୍ତରୀ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗଞ୍ଜାମ ଓ ରମ୍ଭା ଏନ୍ଏସିର ରେଡ୍ ଜୋନ୍ ୱାର୍ଡ ମାନଙ୍କରେ ଶନିବାର ସାନିଟାଇଜର କରାଯାଇଛି । ଏଥିସହ ମହିଳା ସଂଘ ପକ୍ଷରୁ କୋଭିଡ୍ ସଚେତନତା ଓ ପୋଖରୀରେ ନ ଗାଧୋଇବାକୁ କୁହାଯାଉଥିବା ସ୍ୱତନ୍ତ୍ର ଏଡିଏମ୍ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା