ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ୩ନଂ ୱାର୍ଡ ସ୍ଥିତ ଅର୍ଣ୍ଣପୂର୍ଣ୍ଣା ବଜାର ସାହି(ହାଟ ପଦା) ବସ୍ତିରେ ରହୁଥିବା ସୁଶିଳା ଜେନା ଜଣେ ନିରୀହ ଗରିବ ଶ୍ରେଣୀର ମହିଳା । ସେ ଘର ଘର ବୁଲି କାମ କରି ପରିବାର ପୋଷଣ କରିବା ସହ ନିଜ ସ୍ଵାମୀର ଚିକିତ୍ସା କରିବା ସହ ୩ଟି ଝିଅ ଓ ଗୋଟିଏ ପୁଅର ପାଠ ପଢାଇବା ତାଙ୍କୁ କଷ୍ଟକର ହୋଇଯାଇଛି । ସେ ହାଟ ପଦା ବସ୍ତିରେ ପ୍ରାୟ ୪୫ ବର୍ଷ ହେବ ରହିଆସୁଛନ୍ତି । ଏହି ସାହିର କିଛି ଘର ପଟା ହୋଇଥିବା ବେଳେ ସୁଶିଳାର ଘର ପଟା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ବହୁବାର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନିଥିବା ସେ ଅଭିଯୋଗ କରିଛନ୍ତି । ପଟାଟି ମିଳିଲେ ଆବାସିକ ଯୋଜନା ଘର ଟି କରି ପରିବାର ସମସ୍ତେ ଟିକେ ଭଲରେ ରହିପାରିବେ ବୋଲି ସୁଶିଳା ଜଣାଇଛନ୍ତି । ତେଣୁ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ତାଙ୍କୁ ପଟା ପ୍ରଦାନ କରିବା ନିମନ୍ତେ ଦାବୀ ହୋଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା