ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭାଇରସର କାୟା ବିସ୍ତାର ଯୋଗୁଁ ସମସ୍ତ ସ୍କୁଲ୍ କଲେଜ ବନ୍ଦ ହୋଇଯିବା ଫଳରେ ଛାତ୍ରଛାତ୍ରୀଙ୍କ ଭବିଶ୍ୱତକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରୀ ଘରକୁ ଘର ବୁଲି ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏହି ନିୟମକୁ ସମ୍ମାନ ଜଣାଇ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଖରା ତରାକୁ ଖାତିର ନ କରି ସାମାଜିକ ଦୂରତା ରକ୍ଷା କରି ଘରକୁ ଘର ବୁଲି ଗୋପାଳପୁର, ହିଞ୍ଜଳିକାଟୁ, ରଙ୍ଗେଇଲୁଣ୍ଡା, ରାଳବ ଗ୍ରାମରେ ବହି ବାଣ୍ଟି ଥିବାର ଦେଖିବାକୁ ମିଳିଛି । ଏଥିରେ ଗ୍ରାମର ସମାଜସେବୀ ନୀଳ ଭଉଳ, ପପୁନୁ ପରିଡ଼ା, ଦୀପକ କୁମାର ପରିଡ଼ା ଓ ଚନ୍ଦନ ଭଉଳ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା