ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ୭୦ଟି ଟିମ୍ ଗଠନ କରାଯାଇ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ମୋଟ୍ ୩ ଲକ୍ଷ ୭୧ହଜାର ୩୨୨ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିବା ବ୍ରହ୍ମପୁର ମହାନଗର ନିଗମ ସୂଚନା ଦେଇଛନ୍ତି । ୩ ଲକ୍ଷ ୭୧ ହଜାର, ୩୨୨ ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ୨୧୭ ଜଣଙ୍କର ସନ୍ଦେହଜନକ ଲକ୍ଷଣ ବାହାରିଥିଲା । ସେମାନଙ୍କ ସ୍ୱାବ ପରୀକ୍ଷଣରୁ ୬୫ ଜଣ କରୋନା ପଜେଟିଭ୍ ଥିବା ଜଣାପଡିଛି । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଯୁବ ବର୍ଗ ମଧ୍ୟ ଅଧିକ ସଂକ୍ରମିତ ହେଉଥିବା ଦେଖାଯାଇଛି । ଏଥିପାଇଁ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି । ଗୋଟିଏ ଦିନରେ ରେକର୍ଡ ୨୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୬ ପହଞ୍ଚିଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା