Skip to content
ଆସନ୍ତୁ ଜାଣିବା ବ୍ରେଡ ମସଲା ପ୍ରସ୍ତୁତ ପ୍ରଣାଳୀ —-
ଆବଶ୍ୟକ ସାମଗ୍ରୀ : ୪ଟା ବ୍ରେଡ ସ୍ଲାଇସ, ତେଲ, ଅଧା କପ୍ ମଇଦା, ୧/୪ କନଫ୍ଲାଓ୍ଵାର, ଅଧା ଚାମଚ ଅଦା ରସୁଣ ପେଷ୍ଟ,୧ ଚାମଚ ଲଙ୍କାଗୁଣ୍ଡ, ଅଧା ଚାମଚ ଧନିଆ ପାଉଡର, ଅଧା ଚାମଚ ଗରମ ମସଲା, ୧/୪ ଚାମଚ ହଳଦୀ ପାଉଡର, ୧ ଟେବୁଲସ୍ପୁନ ଟମାଟୋ ସସ୍, ଲୁଣ ସ୍ୱାଦୁନସାରେ, ଚିଲି ସସ୍, ଅଳ୍ପ ଟିକେ ସୋରିଷ, ଟିକେ ଅଦା, ୩ ପାଖୁଡା ରସୁଣ, ୩ଟି କଞ୍ଚାଲଙ୍କା ଏବଂ ଭୃସଙ୍ଗ ପତ୍ର କିଛି, ଗୋଲମରିଚ ଗୁଣ୍ଡ, କାଜୁ ଟିକେ, ଧନିଆପତ୍ର ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବ୍ରେଡ ମସଲା ପ୍ରସ୍ତୁତ କରିବା ପାଇଁ ବ୍ରେଡର ଚାରିପାଖ କାଟି ଦିଅନ୍ତୁ । ଏହାପରେ ସବୁ ମସଲା ଜିନିଷକୁ ଭଲ ଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ କଢେଇରେ ଅଳ୍ପ ତେଲ ପକାଇ କାଟିଥିବା ବ୍ରେଡକୁ ମସଲା ପେଷ୍ଟରେ ଭଲ ଭାବେ କୋଟିଂ କରି ଗରମତ ତେଲରେ ଛାଣିଦିଅନ୍ତୁ । ତା’ ପରେ ଛୁଙ୍କ କରିବା ପାଇଁ ଏକ କଢେଇରେ ଏକ ଚାମଚ ତେଲ ଗରମ କରିବା ପରେ ସୋରିଷ, ଛୋଟ ଛୋଟ କଥା ହୋଇଥିବା ଅଦା ରସୁଣ ପକାଇ ଅଳ୍ପ ଭାଜି ଦିଅନ୍ତୁ । ଏଥିରେ ଲଙ୍କା ଏବଂ ଭୃସଙ୍ଗ ପତ୍ର ପକାଇ ୧ ମିନିଟ ଭାଜନ୍ତୁ । ଚିଲି ସସ୍, ଗୋଲମରଚ ଗୁଣ୍ଡ ଏବଂ ପାଣି ଦେଇ ଛଣା ହୋଇଥିବା ବ୍ରେଡକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ ଏବେ ଧନିଆପତ୍ର କଟା ଏବଂ କାଜୁ ଦେଇ ପରଷନ୍ତୁ ।
Like this:
Like Loading...