ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ମାଘମାସ ପ୍ରତିପଦାରେ ଯଥାରୀତିରେ ମନ୍ଦିର ପ୍ରତିଷ୍ଠାତ୍ସଵ ନିମନ୍ତେ ଗଞ୍ଜାମ ଜିଲ୍ଲାର ଗଞ୍ଜାମବ୍ଳକ୍ ଅଧିନସ୍ଥ ମଲ୍ଲାଡ଼ ଗ୍ରାମପଞ୍ଚାୟତର ବରଦା ଗ୍ରାମରେ ହେବାକୁଥିବା ପ୍ରମୁଖ ମନ୍ଦିର ପ୍ରତିଷ୍ଠାତ୍ସବ ସମୟ ଦୀର୍ଘଦିନ ପାଇଁ ଘୁଞ୍ଚିଗଲା । ବରଦା ଗ୍ରାମରେ ନିର୍ମାଣଧୀନ ଯଥାକ୍ରମେ ଦଣ୍ଡକାଳୀ ମନ୍ଦିର, ରାମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର ଏବଂ ଗ୍ରାମଦେବୀ ମନ୍ଦିର ସହ ନୂତନ ବିଗ୍ରହ ପ୍ରତିଷ୍ଠାତ୍ସଵ ଏବଂ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆଦି ଧର୍ମାନୁଷ୍ଠାନ ମହୋତ୍ସବ ତଥା ବିଶାଳ ଆଧ୍ୟାତ୍ମିକ ସମାବେଶ ନିମନ୍ତେ ସମୟ ଘୁଞ୍ଚିଲା ବୋଲି ବରଦା ଗ୍ରାମବାସୀ ବୃନ୍ଦ ତଥା ଯଜ୍ଞାନୁଷ୍ଠାନ କମିଟୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସୂଚନାଯୋଗ୍ୟ’ ଯେ, ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମହାମାରୀ କୋରନା କଟକଣା ଲାଗି ଏହି ବିବିଧ ଧାର୍ମିକ-କାର୍ଯ୍ୟ ସ୍ଥଗିତ ରଖାଗଲା । ପରବର୍ତ୍ତୀ ପର୍ଯ୍ୟାୟରେ କୋରନା ସଂକ୍ରମଣର ସ୍ଥିତିକୁ ଭିତ୍ତିକରି ଜିଲ୍ଲାପ୍ରଶାସନର ଅନୁମୋଦନ କ୍ରମେ ଏହି କାର୍ଯ୍ୟକ୍ରମ ସମାହିତ ହେବ ବୋଲି କୁହାଯାଇଛି । ଆଧ୍ୟାତ୍ମିକପ୍ରେମୀ ବନ୍ଧୁମାନଙ୍କୁ ସର୍ବସାଧାରଣରେ ଏ ଦିଗରେ ଅବଗତ ହେବାକୁ ଉକ୍ତ ପରିଚାଳନା କମିଟୀ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା