
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତର ଚକହରୀ ଗାଁର ବାପି ଲାହାରୀ ରାସ୍ତାରେ ଗଲାବେଳେ ୨ଟି ଗରୁଡ ଶାବକ ରଡି ଛାଡୁଥିବାର ଦେଖିବାକୁ ପାଇଥିଲେ । ସେ ଶାବକ ୨ଟିକୁ ନେଇ ସେବାଯତ୍ନ କରିଥିଲେ ମଧ୍ୟ ଗୋଟିଏ ମରିଯାଇଥିଲା । ପରେ ସେ ଜଙ୍ଗଲ ବିଭାଗକୁ ଜଣାଇବା ପରେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶରେ ସଂଜିବ ସେନାପତି ଘଟଣାସ୍ଥଳରେ ପହଞ୍ଚିଥିଲେ । ଗରୁଡ ସାବକୁ ଉଦ୍ଧାର କରି ଜଳେଶ୍ୱର ପ୍ରାଣୀଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିତ କରାଇ ଜଂଗଲରେ ଛାଡିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ବାପି ଲାହାରୀ ୩ଟି ପାତି ମାଙ୍କଡ ଘରେ ପାଳିଥିବାର ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଭୂପତି ପରିଡା