ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ଶୋଚନୀୟ ପରାଜୟ ନେଇ ଚାରିଆଡେ ଚର୍ଚ୍ଚା…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଧାନସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟିକୁ ବହୁମତ ମିଳିଛି । ଜଗନ ମୋହନ ରେଡ୍ଡୀ ନେତୃତ୍ୱରେ ୱାଇଏସଆର କଂଗ୍ରେସ ମୋଟ ୧୭୫ଟି ବିଧାନସଭା ଆସନ ମଧ୍ୟରୁ ୧୫୧ ଆସନରେ ବିଜୟଲାଭ କରିଛି । ମଇ ୩୦ରେ କରିବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ୪୬ ବର୍ଷୀୟ ଜଗନ୍ନ ମୋହନ ରେଡ୍ଡୀ ଆନ୍ଧ୍ରର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ଏହି ନିର୍ବାଚନରେ ଶୋଚନୀୟ ପରାଜୟ ଘଟିଛି । ରାଜ୍ୟର ସମସ୍ତ୧୩ଟି ଜିଲ୍ଲାରେ ଟିଡ଼ିପିକୁ ପଛରେ ପକାଇଦେଇ ୱାଇଏସଆର କଂଗ୍ରେସ ବିପୁଳ ଭାବରେ ଲୋକ ସମର୍ଥନ ପାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ନିର୍ବାଚନରେ ଜାତୀୟ ଦଳ କଂଗ୍ରେସ ଏବଂ ବିଜେପିର ସତ୍ତା ହଜିଯାଇଛି । ନିର୍ବାଚନ ଫଳାଫଳ ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ମୋଟ ୧୭୫ଟି ବିଧାନସଭା ଆସନ ମଧ୍ୟରୁ ୧୫୧ ଆସନରେ ୱାଇଏସଆର କଂଗ୍ରେସ ବିଜୟୀ ହୋଇଛି । ଏଥିରୁ ମୋଟ ୨୩ ଟି ଆସନ ଟିଡିପିକୁ ମିଳିଛି । ସୂଚନା ଅନୁଯାୟୀ, ୫୦.୩ ପ୍ରତିଶତ ଭୋଟ ୱାଇଏସଆର କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଟିଡ଼ିପି ମାତ୍ର ୩୮ ପ୍ରତିଶତ ଭୋଟ ପାଇଥିବା ଜଣାପଡିଛି । ଅନ୍ୟପକ୍ଷେ ବିଦାୟୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ବିରୋଧରେ ଜଗନ ଆକ୍ରମଣାତ୍ମକ ପ୍ରଚାର ଅଭିଯାନ ଏବଂ ଜଗନ ‘ନବରତନାଲୁ’ ଭୋଟରଙ୍କୁ ପ୍ରଭାବିତ କରିଛି । ଜଗନ ଚନ୍ଦ୍ରବାବୁ ସରକାର ଅମଳରେ ହୋଇଥିବା ଅରାଜକତା ବିରୋଧରେ ଜନମତ ସୃଷ୍ଟି କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାରେ ସଫଳ ହୋଇଛି ବୋଲି ସର୍ବେକ୍ଷଣରୁ ଜଣାପଡିଛି ।