ଚମାଖଣ୍ଡି ଅଞ୍ଚଳରେ ଦୁଇଟି ସ୍ଥାନରେ ଚୋରି : ପାଞ୍ଚ ଗିରଫ ହୋଇ ଜେଲ ଗଲେ ..

ଛତ୍ରପୁର (ନିମାଇଁ ଚରଣ ପଣ୍ଡା )ଗଞ୍ଜାମ ଜିଲ୍ଲାର ପୋଲିସ ପ୍ରଶାସନ ଅଧୀନରେ ଥିବା ଚମାଖଣ୍ଡି ଥାନା ଅଞ୍ଚଳରେ ବ୍ୟାପକ ଚୋରି ଡକାୟତି ଓ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଏବେ ଏବେ ମିଳିଥିବା ଖବର ଅନୁଯାଇ    ଚମାଖଣ୍ଡି  ଥାନା ଅନ୍ତର୍ଗତ ବଡ଼ପୁଟୀ ଗାଁ ର ଡି କେଶବ ରାଓ ଘରେ ନ ଥିବା ବେଳେ ତାଙ୍କ ଘର ଗ୍ରୀଲି ଓ ତାଲା ଭାଙ୍ଗି ଏକ ଟିଭି ସହ  ଓ କଂସା ବାସନ କୁଶନ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ଏବଂ  ସେହିପରି ଏକ ପୁରଣା ଗାଡି ଟ୍ର।କଟରରୁ ବେଟ୍ରି ଓ ମୋବାଇଲ ଚୋରି ହୋଇଥିବା  ଅଭିଯାଗ ହୋଇଥିଲା। ପୋଲିସ ତଦନ୍ତ କରି  ଆଜି ପାଞ୍ଚଜଣକୁ ଗିରଫ କରିଛି। ଚମାଖଣ୍ଡି ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା,ଏନ  ଚୌଧୁରୀ, ଭି ବି ତରାଇ ମିଳିତ ଉଦ୍ୟମରେ ଲଗାତାର ତଦନ୍ତକରି ସେହି ପାଞ୍ଚ ଜଣକୁ ଗିରଫ କରିବାରେ ସମର୍ଥ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଉଛି ।