ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ୩୦ ପ୍ରତିଶତ ପାଠ୍ୟକ୍ରମ କମିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶରେ ୩ଟି ଇଣ୍ଟରନାଲ୍‌ ପରୀକ୍ଷା ହେବ ଏବଂ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ ପରିଚାଳନା କରିବ । ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ହେବ ୩ଟି ଇଣ୍ଟରନାଲ ପରୀକ୍ଷା । ହେଲେ ଫାଇନାଲ ପରୀକ୍ଷାକୁ କାଉନସିଲ୍‌ ପକ୍ଷରୁ ପରିଚାଳନା କରାଯିବ । ପ୍ରଥମ ଇଣ୍ଟରନାଲରେ ଥିବା ପାଠ୍ୟକ୍ରମ ଦ୍ଵିତୀୟ ଇଣ୍ଟରନାଲ୍‌ରେ ରହିବ ନାହିଁ । ଗତବର୍ଷ ମଧ୍ୟ କରୋନା ପାଇଁ ୩୦ ପ୍ରତିଶତ ପାଠ୍ୟକ୍ରମ କମିଥିଲା । ତେବେ ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ହେବ । ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ । ସେହି ଅନୁସାରେ ପ୍ରଥମ ବର୍ଷ ଏବଂ ଦ୍ଵିତୀୟ ବର୍ଷରେ ହେବ ଇଣ୍ଟରନାଲ ପରୀକ୍ଷା । ପ୍ରଥମ ବର୍ଷରେ ୩ଟି ଓ ଦ୍ଵିତୀୟ ବର୍ଷରେ ବି ୩ଟି ଇଣ୍ଟରନାଲ କରାଯିବ । ପ୍ରତି କ୍ଵାର୍ଟରରେ ୩୦ ନମ୍ବର ବିଶିଷ୍ଟ ଇଣ୍ଟରାନଲ ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ହେବ । ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବେ ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା