ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି ମତଦାନ ସକାଳୁ ଆରମ୍ଭ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥ୍ରେ ମତଦାନ ଚାଲିଛି । ଏହି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଓ ସଂଧ୍ୟା ୬ଟା ଯାଏଁ ଚାଲିବ । ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ବୋଲି ସୂଚନା ମିଳିଛି । ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଆଜି ମତଦାନ ଚାଲିଛି । ପଶ୍ଚିମବଙ୍ଗରେ ସମସ୍ତ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାଖାପାଖି ୭୭୦ଟି କେନ୍ଦ୍ରୀୟ ଫୋର୍ସ ୟୁନିଟ୍କୁ କେବଳ ପଶ୍ଚିମବଙ୍ଗରେ ମୁତ୍ତୟନ କରାଯାଇଥିବା ଜଣାପଡ଼ିଛି । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ବେଳେ ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ମେ ୧୯ରେ ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ଓ ୨୩ ତାରିଖରେ ଭୋଟ୍ ଫଳାଫଳ ପ୍ରକାଶ ପାଇବ ।