ଚାମୁଣ୍ଡେଶ୍ୱରୀ ପୀଠରେ ବିଶ୍ୱ କଲ୍ୟାଣ ବାସନ୍ତିକ ଚଣ୍ଡି ମହାଯଜ୍ଞ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହର ଉପକଣ୍ଠରେ ରହିଥିବା ମାଁ ଚାମୁଣ୍ଡା ଦେବୀ ପୀଠରେ ଗୁରୁବାର ଠାରୁ ବିଶ୍ୱ କଲ୍ୟାଣ ବାସନ୍ତିକ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଗୁରୁବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳେଶ୍ୱରୀ ପୀଠ ସ୍ଥିତ ପୋଖରୀରୁ ଗଙ୍ଗା ଆବାହନ କରାଯାଇଥିଲା । ସେଠାରୁ କଳସ ଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ଶୋଭାଯାତ୍ରାରେ ଚାଲି ଚାଲି ଯାଇ ଚାମୁଣ୍ଡେଶ୍ୱରୀ ପୀଠ ସ୍ଥିତ ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ । ଶୁକ୍ରବାର ଅଙ୍କୁରାରୋପଣ କରାଯିବା ପରେ ମହା ଯଜ୍ଞ କାର୍ଯ୍ୟଶୁଭାରମ୍ଭ କରାଯାଇଥିଲା । ସାଧୁ ଭାଷ୍କର ତୀର୍ଥ ଲକ୍ଷ୍ମୀ ବାବାଙ୍କ ଆବାହକତ୍ୱରେ ଅନୁଷ୍ଠିତ ମହାଯଜ୍ଞରେ ଚଣ୍ଡୀ ପାଠ ଆଦି କରାଯାଉଥିବା ବେଳେ ଏହା ଦୀର୍ଘ ୯ ଦିନ ବ୍ୟାପି ଚାଲିବ ବୋଲି ସୂଚନା ଦିଆଯାଇଛି । ଗତ ବର୍ଷ ମନ୍ଦିରରେ ମାଁଙ୍କ ପ୍ରତିମୂର୍ତ୍ତି ଓ ପାଶ୍ୱର୍ ଦେବତା ସ୍ଥାପନ ହେବା ପରେ ମନ୍ଦିର ଉପରକୁ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ସଂଯୋଗୀ କରଣ କରାଯାଇଥିଲା । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁଙ୍କ ପୀଠରେ ବିଶ୍ୱ କଲ୍ୟାଣ ବାସନ୍ତିକ ଚଣ୍ଡି ମହାଯଜ୍ଞ ଏବଂ ମାଁଙ୍କ ବାର୍ଷିକ ବାସନ୍ତିକ ଯାତ୍ରା ଅନୁଷ୍ଠିତ ହେଉଅଛି । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ମିଲନ କୁମାର ପାଣିଗ୍ରାହୀ, ଉପଦେଷ୍ଟା ସମୀରକାନ୍ତ ତ୍ରିପାଠୀ, ବିଘ୍ନରାଜ ପାଣିଗ୍ରାହୀ, ଅମରଦୀପ୍ ବଣ୍ଟି ପଣ୍ଡା, ଅଜୟ ପ୍ରଧାନ,ସ୍ୱାଗତ ପଣ୍ଡା, ସୁମିତ୍ ପଟ୍ଟନାୟକ, ପହଲା ସ୍ୱାଇଁ, ଦେବାଶିଷ ପାଣିଗ୍ରାହୀ, ସୁରେନ୍ଦ୍ର ପଟ୍ଟନାୟକ, ପି.କ୍ରୀଷ୍ଣା, ରାକେଶ ପଶୁପାଳକ, ସୀତାରାମ ପାଣିଗ୍ରାହୀ, ରଘୁନାଥ ପାଣିଗ୍ରାହୀ, ସୂର୍ଯ୍ୟ ମହାନ୍ତି, ବାବୁନି ସାବତ, ଶଙ୍କର୍ଷଣ ରଥ, କାଳୁ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା