

ଗଞ୍ଜାମ (ସମୃଦ୍ଧ ଓଡିଶା) ଆଜି ପୋଲସରା ସେବା ଚାରି ଟେବୁଲ ଟ୍ରଷ୍ଟ ତରଫରୁ ହାତିଓଟ ଜରାଶ୍ରମ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ସୂଚନା ଯେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କୋଭିଡ-୧୯ ସମୟରେ ଲୋକମାନଙ୍କ ସମସ୍ୟା ବୁଝିବା ସହ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ଓ ପ୍ରତ୍ୟେକ ସଂଗରୋଧ କେନ୍ଦ୍ରକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ ଯୋଗାଇଛନ୍ତି । ଏଥିପାଇଁ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା