ଚାଳିଶି ହଜାର ଟଙ୍କାର ଶାଳ କାଠ ଜବତକଲା ଉତ୍ତରାଞ୍ଚଳ ବନବିଭାଗ : ୨ଗିରଫ

ଭବାନୀପାଟଣା(ପ୍ରଫୁଲ୍ଲ କୁମାର ପଢି ) ଶନିବାର ସନ୍ଧ୍ୟାରେ ନର୍ଲା ରୋଡରେ ଏକ ପିକ ଅପ ଭ୍ୟାନରେ ଚାଲାଣ ହେଉଥିବ ଅତି ମୂଲ୍ୟବାନ ଶାଳ କାଠ ଜବତ ହୋଇଛି ।  60 ଖଣ୍ଡ ଶାଳ କାଠ ଗଡି ଯାହାର ମୂଲ୍ୟ 40ହାଜର ଟଙ୍କା ହବ ବନ ବିଭାଗ ଜବତ କରିଛି । ପିକ ଅପ ଭ୍ୟାନ୍ କୁ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି । କେତନ ବାଗ ଓ ପ୍ରେମ ଯୁଆଡ଼ ଏହି ଗାଡ଼ିରେ ଶାଳ କାଠ ଚାଲାଣ କରୁଥିବା ନେଇ ବନବିଭାଗକୁ ଖବର ଆସିଥିଲା। କନକପୁର ଗାଁରୁ ଶାଳ କାଠ ଓ ଶାଳ କାଠ ତିଆରି ସରଞ୍ଜାମ ବାହାରକୁ ଚାଲାଣ ହେଉଥିବ ଅଭିଯୋଗ ହୋଇଛି । ଶନିବାର ଦିନ ଏହି କନକପୁର ଗାଁରୁ ପିକ ଉପ ଭ୍ୟାନରେ 60ଖଣ୍ଡ ଶାଳ କାଠ ଚାଲାଣ ହେଉଥିଲା। ଉତ୍ତରାଞ୍ଚଳ ବନଖଣ୍ଡର ଅଧିକାରୀ ଯଯାତି ବେହାରୁ ଖବର ପାଇ ଜବତ କରି ନର୍ଲା ଥାନାକୁ ହସ୍ତାନ୍ତର କରିଥିବା ଖବର ମିଳିଛି ।