

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭାର କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ନାଇଡୁ ଆଜି ଚିକିଟି ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତ ସହ ଚିକିଟି ଏନଏସି, ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଭୋଟ ଭିକ୍ଷା କରିବା ସମୟରେ ଲୋକଙ୍କର ବିଭିନ୍ନ ସମସ୍ୟା ବୁଝିବା ବେଳେ ଅଞ୍ଚଳରେ ଲଗାତର ବିଦ୍ୟୁତ କାଟ ହେଉଥିବା ଓ ବାଘଲଟି ଜଳ ସଂକଳ୍ପ ବିଷୟରେ ଲୋକଙ୍କ ସହ ଆଲୋଚନା ବେଳେ ଶ୍ରୀ ନାଇଡୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯଦି ସେ ବିଜୟୀ ହେବେ ତେବେ ବ୍ରହ୍ମପୁର, ଚିକିଟି ଅଞ୍ଚଳରେ ତଥା ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ କୌଣସି ଏକ ଜାଗାରେ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରିବି । ଯାହା ଫଳରେ ଚାଷୀମାନଙ୍କୁ ମଧ୍ୟ ସୁବିଧା ମିଳିପାରିବ । ଚିକିଟି ଅଞ୍ଚଳରେ ଡ଼ିଡ଼ିଓ ବିଧାୟକ ଲଗାତାର ବିଜୟୀ ହୋଇ ମଧ୍ୟ ଅଞ୍ଚଳରେ କୌଣସି ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇନଥିବା ଉଦବେଗ ପ୍ରକାଶ କରିବା ସହ ଏହି ଅଂଚଳର ବିକାଶର ଓ ଶିଳ୍ପ ପ୍ରତିଷ୍ଠାର ଦାୟିତ୍ୱ ମୋର ବୋଲି ଶ୍ରୀ ଚନ୍ଦ୍ର ଶେଖର ନାଇଡୁ ଲୋକଙ୍କୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରାର୍ଥୀ ସୁବାସ ରାଉତ, ଜିଲ୍ଲା ସଭାପତି ତ୍ରିନାଥ ବେହେରା, ସତ୍ୟନାରାୟଣ ପଣ୍ଡା, ବୃନ୍ଦାବନ ଖଟେଇ ପ୍ରଭୃତି ଯୋଗ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା













