



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚିକିତ୍ସାରେ ଅବହେଳା ଯୋଗୁଁ ଏକ ଘରୋଇ ନର୍ସିଂ ହୋମରେ ଏକ ସୁନ୍ଦର ମହିଳାଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଏପରି କି ହସ୍ପିଟାଲର ମାଲିକ ଓ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଗୁରୁଦେବ ନାମକ ଏକ ଘରୋଇ ନର୍ସିଂ ହୋମରେ ଘଟିଛି ଏଭଳି ଘଟଣା । ରୋଗୀ ସେବା ନାଁ ରେ ଚାଲୁଛି ଏଭଳି ମାଳ ମାଳ ବ୍ୟବସାୟ । ଅପରେସନ ପାଇଁ ଓଟିରେ ମାତ୍ର କେଇ ଘଣ୍ଟା ନିୟୋଜିତ ହେଉଛନ୍ତି ଭଡାଟିଆ ଡାକ୍ତର ।ତାହା ପୁଣି ସରକାରୀ ହସପିଟାଲରୁ ଆସିଥାନ୍ତି । ରୋଗୀଙ୍କ କହିବା ଅନୁସାରେ ଫୋନରେ କଥାବାର୍ତ୍ତା ହୋଇ କୁଆଡେ ଅପରେସନ ହୁଏ । ଖାମଖିଆଲ ମନୋଭାବ ଯୋଗୁଁ ଦିଆଯାଉଥିବା ନିଶ୍ଚେତକ (ଆନାସ୍ଥେସିଆ) ଓଭର ଡୋଜ ଯୋଗୁଁ ୧୭ ତାରିଖ ରାତିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେଥିପାଇଁ ନର୍ସିଂ ହୋମ ପରିସରରେ ତୀବ୍ର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ମୃତକଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ଅନୁଷ୍ଠାନ ମୁଖ୍ୟଙ୍କୁ ନିସ୍ତୁକ ମାଡ଼ ମାରି ଉଭୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ମୁତାବକ ଲାଞ୍ଜିପଲ୍ଲୀ ଅଞ୍ଚଳର ଶୁଭ୍ରଜିତ ସାମନ୍ତ ରାୟଙ୍କ ପତ୍ନୀ ଐଶ୍ଵରିୟା ସିଂଦେଙ୍କ ପେଟରେ ସାମାନ୍ୟ ଯନ୍ତ୍ରଣା ସୃଷ୍ଠି ହୋଇଥିଲା । ସେଥି ପାଇଁ ଐଶ୍ଵରିୟାଙ୍କୁ ଗୁରୁଦେବ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ଏକ ଛୋଟିଆ ଅପରସେନ ହେବ ବୋଲି ଡାକ୍ତର କହିଥିଲେ । ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କ ପରାମର୍ଶରେ ଐଶ୍ଵରିୟାଙ୍କୁ ଅପରେସନ ଥିଏଟରରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ମଧ୍ୟରେ ଓଟିରୁ ଏହି ମୃତ ଦେହ ବାହାରିଥିଲା ବୋଲି ଅଭିଯୋଗ କରି ଉତ୍ୟକ୍ତମାନେ ହସପିଟାଲ ସମ୍ମୁଖରେ ନାହିଁ ନ ଥିବା କାଣ୍ଡ ଘଟାଇଛନ୍ତି । ଯେହେତୁ ମୃତ ମହିଳା ଜଣଙ୍କ ୨୬ ବର୍ଷୀୟ ଓ ସୁନ୍ଦର ଥିଲେ ସେଥିପାଇଁ ନିହାତି ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଦାବୀ ହୋଇଛି ଅନ୍ୟପକ୍ଷରେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗହଣା କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା