


ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜସ୍ଥାନର ଉଦୟପୁରଠାରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଯୋଗଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ମାନନୀୟା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ,ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ମାନନୀୟା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ, ରାଷ୍ଟ୍ରମନ୍ତ୍ରୀ, ଶ୍ରୀମତୀ ସାବିତ୍ରୀ ଠାକୁର,ମାନ୍ୟବର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା, ଏବଂ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦିୟା କୁମାରୀ ଉପସ୍ଥିତ ଥିଲେ। ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସ୍ଥିତିକୁ ସମୀକ୍ଷା କରିବା ସହ ,ପରସ୍ପରର ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡିକୁ ଆପଣେଇବା ତଥା ସାମଗ୍ରିକ ଉନ୍ନତି ପାଇଁ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ଚିନ୍ତନ ଶିବିର ର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି।
ରିପୋର୍ଟ : ତନୁଜା ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ