ଜଳେଶ୍ୱର (ସମୃଦ୍ଧ ଓଡିଶା) ଚିପ୍ସ ଢାଳି ରାସ୍ତା ଅବରୋଧ କଲେ ଜଣେ ବ୍ୟବସାୟୀ । ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସ୍ଥାନୀୟ ସରପଞ୍ଚ ଓ ପ୍ରଶାଶନ ସାଜିଛନ୍ତି ନିରବ ଦ୍ରଷ୍ଟା । ସୂଚନା ଅନୁଯାୟୀ ଜଳେଶ୍ଵର ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ଥିବା ଚାଲନ୍ତି ଅଣ୍ଡର ବାଇପାସ ରୋଡ ଓ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସ୍ଲିପ ରୋଡ଼ ଉପରେ ଦୀର୍ଘଦିନ ହେବ ଜନୈକ ବ୍ୟକ୍ତି ମେଟାଲ, ଚିପ୍ସ, ବାଲି ଆଦି ବେଆଇନ ଭାବେ ଗଚ୍ଛିତ ରଖି ବ୍ୟବସାୟ କରି ନିଜେ ମାଲେମାଲ ହେଉଛନ୍ତି । ତେବେ ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ବ୍ୟକ୍ତି, ଗାଡ଼ି ମଟର ଯାଆ ଆସ କରିଥାଏ । ବେଆଇନ ମେଟାଲ ଓ ଚିପ୍ସ ଗଛିତ ଓ ଲୋଡିଙ୍ଗ ପାଇଁ ରାସ୍ତାଟି ଅନେକ ସମୟରେ ଅବରୋଧ ହୋଇ ରହୁଥିବା ଜଣାପଡ଼ିଛି । ଯାହା ପାଇଁ ଯିବା ଆସିବାରେ ବହୁ ଅସୁବିଧା ହେବା ସହିତ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁ ଥିବା ଜଣାପଡ଼ିଛି । ଏନେଇ ଅଞ୍ଚଳବାସୀ ସ୍ଥାନୀୟ ସରପଞ୍ଚ ଓ ତହସିଲ ପ୍ରଶାସନକୁ ଅବଗତ କରିଥିଲେ ବି କୌଣସି ସୁଫଳ ନ ମିଳିନ ଥିବା ଅଭିଯୋଗ କରାଯାଇଛି ଏବଂ ଏଥିଯୋଗୁଁ ସାଧାରଣରେ ତେଜୁଛି ଜନ ଅସନ୍ତୋଷ ବୋଲି ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା