ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରୁ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ସମ୍ପୂର୍ଣ ଉଚ୍ଛେଦ ଦାବିରେ ଅଗଷ୍ଟ ୧୬ ତାରିଖ ଠାରୁ ସାରା ରାଜ୍ୟରେ କଳା ବ୍ୟାଚ୍ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏଗାରତମ ଦିନରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଉଅଛି । ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ କଳା ବ୍ୟାଚ୍ ପରିଧାନ ସହ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଇ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ ନେଇ କଳା ବ୍ୟାଚ୍ ପରିଧାନ ଏବଂ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତେକ ଜିଲ୍ଲା ଜିଲ୍ଲପାଳ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଅଛି । ନିୟମିତ ଚାକିରୀ ଭଳି ରାଜ୍ୟସରକାର ଗ୍ରୁପ ବି ସି ଏବଂ ଡି କର୍ମଚାରୀ ମାନଙ୍କୁ ବିଭିନ୍ନ ସରକାରୀ ଚୟନକାରି ସଂସ୍ଥା ଦ୍ୱାରା ପରୀକ୍ଷାରେ ଉତୀର୍ଣ୍ଣ ହେଇ ମଧ୍ୟ ରାଜ୍ୟ ସରକାର ନିୟମିତ ନିଯୁକ୍ତି ବଦଳରେ ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ନିଯୁକ୍ତି କରୁଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି କାଳରେ ପଦବୀର ମୂଳ ଦରମା, ମହଙ୍ଗା ଭତ୍ତା, ଘରଭଡା ଆଦି ସରକାରୀ ଅନୁସଙ୍ଗିକ ସୁବିଧା ମଧ୍ୟ ଦେଉନାହାନ୍ତି ତତସହିତ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ନିୟମିତ ନିଯୁକ୍ତିରେ ଗଣନା କରୁନାହାନ୍ତି ରାଜ୍ୟସରକାର ।ନିଯୁକ୍ତି କ୍ଷେତ୍ରରେ ଅସଂଗତି ଯଥା ୩ପ୍ରକାର ନିଯୁକ୍ତି ନିୟମ (୧.ସଚିବାଳୟ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ୨.ଓଡ଼ିଶା ଉଚ୍ଚନ୍ୟାଳୟ କର୍ମଚାରୀଙ୍କୁ ୩ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ୩.ରାଜ୍ୟସରକାରଙ୍କ ଅଧୀନରେ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ) ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷର ନିଆଁ ଜନ୍ମାଇଛି. ୨୦୧୭ ମସିହାରେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ଲାଗୁ କରିଥିଲେ ମଧ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ସେମାନଙ୍କ ମୂଳଦରମା ମଧ୍ୟ ଦେଲେନାହିଁ । ରାଜ୍ୟ ସରକାର ଏବଂ ପ୍ରଶାସନର ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ପ୍ରତି ଏ ହୀନ ମାନସିକତା କଣ ପାଇଁ, ରାଜ୍ୟରେ ସରକାରଙ୍କ ତଥ୍ୟ ମୁତାବକ ସାମ୍ପ୍ରତି ଓଡିଶା ଏକ ଆର୍ଥିକ ବଳକା ରାଜ୍ୟ ହେଇଥିବା ବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି କେତେଦୂର ନ୍ୟାୟଯୁକ୍ତ । ଦୀର୍ଘ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚଳାଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦାବିକୁ ସମ୍ମାନ ଜଣାଇ ସଂଘର ପ୍ରତିନିଧି ମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ବିଷଦ ଆଲୋଚନା କରାଯାଇଥିଲା । ଚୁକ୍ତିଭିତିକ ଉଚ୍ଛେଦ, କର୍ମଚାରୀ ମାନଙ୍କୁ ୦୧.୦୧.୨୦୧୬ ରିଖରୁ ନିଯୁକ୍ତି ନିୟମରେ ସଂଶୋଧନ, ବେତନ ବୃଦ୍ଧି, ନିଯୁକ୍ତି ସମୟକୁ ଚାକିରୀ ସମୟ ଭାବେ ଗଣତି ସହ ଏହି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ମହାସଙ୍ଘର ସବୁ ଦାବି ମାନି ନେଇ ଏବେ ୫୦% ଦରମା ବୃଦ୍ଧି କରିବା ସହ ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରିବା ନିମନ୍ତେ ପ୍ରତିଶୃତି ମଧ୍ୟ ଦେଇଥିଲେ । ମହାସଂଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମାନନୀୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ଏ ସମ୍ପର୍କରେ ନିଷ୍ପତି ନେବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବ ଚୁକ୍ତିଭିତ୍ତିକ ନିଯୁକ୍ତିର ନଥିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିଥିବା ଦର୍ଶାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଏହା ଉପରେ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଥିଲେ । ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା, ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ, ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ, ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ, ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି, ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ବୋଲି ସଙ୍ଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।