ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଉଜ୍ଜ୍ଵଳା ସ୍ୱାଭିମାନ ଉତ୍ସବ କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଉଜ୍ଜ୍ଵଳା ସ୍ୱାଭିମାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଦେଶିକ ବେପାର ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ହିତାଧିକାରୀମାନଙ୍କ ସହ ଆଜି ଉଜ୍ୱଳା ଯୋଜନାର ସଫଳତା ଓ ଉପକାରିତା ନେଇ ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି । ବିଡ଼ିଓ କନଫେରେନସିଂ ମାଧ୍ୟମରେ ମହିଳାଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ସେହିପରି ସୁଷମା ସ୍ୱରାଜଙ୍କ ସହ ମହିଳାମାନେ ନିଜର କୃଷି ଅନୁଭୂତି ବିଷୟରେ ଜଣାଇଛନ୍ତି । ଆଗରୁ ଗାଁ ଗାଁରେ ମହିଳାମାନେ କାଠ ଚୁଲିରେ ରୋଷେଇ କରି କିଭଳି ଅସୁବିଧା ଭୋଗୁଥିଲେ, ଧୂଆ ଯୋଗୁଁ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିଲେ ସେ ବିଷୟରେ ମହିଳାମାନେ କହିଥିଲେ । ଆଉ ଏବେ ଉଜ୍ଜଳା ଯୋଜନା ପରେ କିଭଳି ଘରେ ଘରେ ଗ୍ୟାସ ଚୁଲା ରହିଛି ସେମାନେ କିଭଳି ଏଥିରେ ଉପକୃତ ହେଉଛନ୍ତି ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ । ଏଥିରେ ଛତ୍ରପୁର ବ୍ଲକର ହଜାରରୁ ଉର୍ଦ୍ଧ୍ୱ ମହିଳାମାନେ ଏଲସିଡ଼ି ଦ୍ୱାରା ଭିଡ଼ିଓ କନଫେରେନସିଂ ମାଧ୍ୟମରେ ଉଜ୍ୱଳା ଯୋଜନା ସଂର୍ପକରେ ଦୁଇ କେନ୍ଦ୍ରମନ୍ତ୍ରୀ କିଭଳି ରାଜ୍ୟର ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ, ଯାଜପୁର ଓ ଗଞ୍ଜାମ ଜିଲ୍ଲାର ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ତାହାକୁ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଓସିଏଲର ସିଫ୍ ମ୍ୟାନେଜର ଦେବଦତ ରାଉତରାଏ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଭଜାପା ନେତା ଧରଣୀଧର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା କୀର୍ତ୍ତନ ଦାଶ, ଗଞ୍ଜାମ ବ୍ଲକର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଗୋପିନାଥ ପଣ୍ଡା, ଆଇନଜୀବୀ ପି. ଧର୍ମା ରେଡ୍ଡି, ନାରୀ ନେତ୍ରୀ, ପି. ଜ୍ୟୋତି, ଯୁବ ନେତା ପି. ଚନ୍ଦ୍ରଶେଖର ରାଓ, ଶ୍ରୀନିବାସ ସେଠୀ ନିରଞ୍ଜନ ମହାରଣା, ଅମରେଶ ମହାରଣା, ଜି. ମନୋଜ ରେଡ୍ଡି, ପି. ରଘୁନାଥ ରେଡ୍ଡି, କାଣ୍ଡୁଧର ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳାମାନଙ୍କୁ ଉଜ୍ୱଳା ଯୋଜନା ସଂପର୍କରେ ବୁଝାଇଥିଲେ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ହିତାଧିକାରୀମାନଙ୍କୁ ଉଜ୍ୱଳା ଯୋଜନାରେ ସାମିଲ୍ କରାଯାଇଥିବା ଆଇଓସିଏଲ୍ ର ମ୍ୟାନେଜର ଶ୍ରୀ ରାଉତରାଏ ସୂଚନା ଦେଇଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା