ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଚାନକ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ବିଭାଗ ବୁଲି ତଦାରଖ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଇନଡ଼ୋର ଓ ଆଉଟଡୋର ବୁଲି ଦେଖିବା ସହ ପାଥୋଲୋଜି ଓ ଟିବି ପରୀକ୍ଷା କେନ୍ଦ୍ର ଏବଂ ନିରାମୟ ଯୋଜନାରେ ରୋଗୀମାନଙ୍କୁ କିପରି ଔଷଧ ଦିଆଯାଉଛି ସେହି ଉପରେ ରୋଗୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ନିର୍ମଳ ଯୋଜନାରେ ଉପଖଣ୍ଡ ଚିକିତ୍ସାଳୟ କିପରି ସଫା ସୁତରା ରହିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ ।ଚିକିତ୍ସାଳୟରେ ଲାଗିଥିବା ବାୟୋମେଟ୍ରିକର ସଂପୂର୍ଣ୍ଣ ଉପସ୍ଥାପନ ଉପରେ ମେଡ଼ିକାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ସଂପର୍କରେ ରହିଥିବା ରୋଗୀମାନଙ୍କୁ ପଚାରି ବୁଝିଥିଲେ । ମେ ଆଇ ହେଲପ୍ ଡେସ୍କରରେ ମଧ୍ୟ ବୁଲି ଦେଖିଥିଲେ । ରୋଗୀମାନେ କିପରି ଭଲଭାବେ ଚିକିତ୍ସା ହେବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଉପଦେଶ ଦେଇଥିଲେ । ଏହି ପରିଦର୍ଶନ ବେଳେ ଆସିଷ୍ଟାଂଟ୍ କଲେକ୍ଟର ଶରତ କୁମାର ପାତ୍ର, ଡ଼ା. ଜିତେନ୍ଦ୍ର ମୋହନ ବେବର୍ତାଙ୍କ ସମେତ ଚିକିତ୍ସାଳୟର ବିଭିନ୍ନ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।