ଛତ୍ରପୁର (ସମୃଦ୍ଧ ଓଡିଶା) ଖୁବ ଶୀଘ୍ର ଛତ୍ରପୁର ସହରାଞ୍ଚଳରେ ଡିଜିଟାଲ ଡୋର ନମ୍ବରିଙ୍ଗ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଡୋର ଟୁ ଡୋର ନମ୍ବରିଙ୍ଗ କରାଯିବ । ଏକ ୟୁନିକ୍ ନମ୍ବର ମାଧ୍ୟମରେ ଏନଏସିର ସମସ୍ତ ତଥ୍ୟ ରହିପାରିବ । ଏହି ସର୍ଭେ କାମ ଜିଆଇସି କନସେରଟିୟମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀ କରାଯିବ । ପ୍ରୋଗ୍ରାମ କୋର୍ଡିନେଟର କଘ୍ଲେୟା କେଶରୀଙ୍କ ତତ୍ୱାବଧାନରେ ଆଉ ଦୁଇରୁ ତିନି ଦିନ ମଧ୍ୟରେ ଛତ୍ରପୁର ଏନଏସିରେ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବାର ସୂଚନା ମିଳିଛି । ଏନେଇ ମଙ୍ଗଳବାର ଛତ୍ରପୁର ଏନଏସି କାର୍ଯ୍ୟାଳୟ ପରିସରରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ ଦ୍ୱାରା ଏନଏସିର ପ୍ରତ୍ୟେକ ଘରକୁ ଏକ ୟୁନିକ୍ ନମ୍ବର ଦିଆଯିବ । ଯାହା ଫଳରେ ଘରର ଠିକଣା ଜାଣିବା ଅତ୍ୟନ୍ତ ସହଜ ହୋଇପାରିବ ଏବଂ ଏନଏସି ବାସିନ୍ଦା ଅନଲାଇନ ମାଧ୍ୟମରେ ଅଭିଯୋଗ କରିବା ଦ୍ୱାରା ଘରର ନମ୍ବର ଦ୍ୱାରା ଉକ୍ତ ଘରର ଥିବା ସମସ୍ୟାକୁ ସମାଧାନ କରିବାରେ ସହାୟକ ହୋଇପାରିବ । ଏହି ବୈଠକରେ ଛତ୍ରପୁର ଏନଏସିର ଏସ୍. ଦାଲେୟା ରେଡ୍ଡି, ଜି.ଜଗଦୀଶ, ଯୁଗଳ କିଶୋର ଦାଶ, ସିଏମଏମ ଶ୍ରୀମନ୍ତ କୁମାର ପାତ୍ରଙ୍କ ସମେତ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା