ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ଏନ୍ଏସି ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ସର୍ବସାଧାରଣଙ୍କ ନିମନ୍ତେ ୯ ଲକ୍ଷ ବ୍ୟୟରେ ମୁକ୍ତ ବ୍ୟାୟାମଶାଳା (ଓପେନ୍ ଜିମ୍)ର ଉଦଘାଟନ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡୁଡା ପିଡି ସବ୍ୟସାଚି ହୋତା ଯୋଗଦେଇ ମୁକ୍ତ ବ୍ୟାୟାମ ଶାଳାରେ ନିଜେ ନିଜେ ପ୍ରଥମେ ବ୍ୟାୟାମ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଓ ଓ ବି.ରାଜିବାବୁ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ସରକାରୀ ଓକିଲ ସୁରେଶ ପଣ୍ଡା, ମନୋଜ କୁମାର ପାଢୀ, ଭୈରବୀ ପଟ୍ଟନାୟକ, ପ୍ରଦୀପ ପାତ୍ର ଓ କାଳିପ୍ରସାଦ ଦାଶ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ରବିନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ୫୦ ଲକ୍ଷ ଟଙ୍କା ବ୍ୟୟରେ ତିନୋଟି ଗୋଷ୍ଠୀ ଶୌଚାଳୟ ଛତ୍ରପୁର ଲୋଏର ବସଷ୍ଟାଣ୍ଡ, ୫ ନମ୍ବର ଓ ୨ନମ୍ବର ୱାର୍ଡର ଶୌଚାଳୟ ଏବଂ ୭ ଲକ୍ଷ ଟଙ୍କା ବ୍ୟୟରେ ଭ୍ରାମ୍ୟମାଣ ଶୌଚାଳୟ ଉଦଘାଟନ ହୋଇଛି । ଏଥିସହ ଦେଢକୋଟି ଟଙ୍କା ବ୍ୟୟରେ ପିଲିବନ୍ଧର ପୁନଃଉଦ୍ଧାର କାର୍ଯ୍ୟକ୍ରମ ପାଇଁ ବିଧାୟକଙ୍କ ଦ୍ୱାରା ଭିତିିପ୍ରସ୍ତର ସ୍ଥାପନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା