ଛତ୍ରପୁର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ:ସମସ୍ତ କାର୍ଯ୍ୟ ସ୍ୱାଭାବିକ ଚାଲିବା ନିଷ୍ପତ୍ତି…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଗଞ୍ଜାମ ତହସିଲ ଅର୍ନ୍ତଭୁକ୍ତ ରମ୍ଭାଥାନା ଅଧୀନସ୍ଥ ସମସ୍ତ ମକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବିରେ ଆଜି ୩୨ ଦିନରେ ପହଞ୍ଚିଥିବା ବେଳେ ସଂଘର ସାଧାରଣ ଅଧିବେଶନ ବୈଠକରେ ଆନ୍ଦୋଳନକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶନିବାର ଦିନ ଠାରୁ ସମସ୍ତ କାର୍ଯ୍ୟ ସ୍ୱାଭାବିକ ଚାଲିବ ବୋଲି ସଂଘର ସଭାପତି କେ.ଶିବରାମ ରେଡ୍ଡୀ ଏବଂ ସାଧାରଣ ସଂପାଦକ ଏସ୍.ଶ୍ୟାମ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଜାନୁୟାରୀ ୨୨ ତାରିଖ ଦିନ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି କେ.ଏସ୍.ଜାଭେରୀଙ୍କ ସହିତ ପ୍ରତିନିଧି ଦଳର ଆଲୋଚନା ଓ ପ୍ରତିଶ୍ରୁତି ଅନୁଯାୟୀ ଗତ ୩୦ ତାରିଖ ଦିନ ହାଇକୋର୍ଟର ଫୁଲବେଞ୍ଚରେ ଛତ୍ରପୁର ଓକିଲ ସଂଘର ଦାବି ସଂପର୍କରେ ଆଲୋଚନା କରାଯାଇ ପରବର୍ତ୍ତୀ ଫୁଲବେଞ୍ଚରେ ତଥ୍ୟ ସମ୍ବଳିତ ସମସ୍ତ କୋର୍ଟର ପରିସର ସୀମା ନିର୍ଦ୍ଧାରଣ କରିବା ପାଇଁ ୩ ଜଣିଆ ଜଷ୍ଟିସ୍ ଙ୍କୁ ନେଇ କମିଟି ଗଠନ କରାଯିବା ସ୍ଥିର ହୋଇଥିବା ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ୍ ଅକ୍ଷୟ କୁମାର ରଥ ଓକିଲ ସଂଘର ପ୍ରତିନିଧି ଦଳଙ୍କୁ ଗତ ୬ ତାରିଖ ଦିନ ଜଣାଇଥିବା ସଙ୍ଗେ ଛତ୍ରପୁର ଓକିଲ ସଂଘର ଦାବି ଯର୍ଥାତ୍ ରହିଛି ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯେହେତୁ ଫୁଲବେଞ୍ଚର କମିଟି ଗଠନ ଓ ରିପୋର୍ଟ ମଗାଯାଇ କାର୍ଯ୍ୟକାରୀ କରିବା ସମୟ ସାପେକ୍ଷିକ ଏଣୁ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ରଥ ପ୍ରତିନିଧି ଦଳକୁ ପରାମର୍ଶ ଦେଇଥିଲେ । ଏହି ତଥ୍ୟକୁ ଉପସ୍ଥିତ ସମସ୍ତ ସଦସ୍ୟ ହୃଦୟଙ୍ଗମ କରି ଛତ୍ରପୁର ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ସ୍ଥିର କରାଯାଇଛି । ଏଣୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆଜିଠାରୁ ସ୍ଥଗିତ ରଖିବା ପାଇଁ ସର୍ବସମ୍ମତି କ୍ରମେ ନିର୍ଧାରଣ କରାଗଲା । ଫୁଲବେଞ୍ଚର ତଥ୍ୟ ସଂଗ୍ରହ ଓ ଉପସ୍ଥାପନ ପାଇଁ ସମୟ ମଧ୍ୟରେ ଓକିଲ ସଂଘ ଉଦ୍ୟମ ଜାରି ରଖିବା ପାଇଁ ପ୍ରତିନିଧି ଦଳ କଟକ ଗ୍ରସ୍ତରେ ଯାଇ ଜିଲ୍ଲାରେ ଥିବା ପୂର୍ବତନ ଜିଲ୍ଲା ଜଜ୍ ଶତୃଘନ ପୂଜାରୀ, ଦେବବ୍ରତ ଦାସ, ଚିତ୍ତରଞ୍ଜନ ଦାସଙ୍କୁ ସାକ୍ଷତ କରି ତଥ୍ୟ ପ୍ରଦାନ କରିବେ ଓ ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ୍ ଅକ୍ଷୟ କୁମାର ରଥଙ୍କୁ ସାକ୍ଷତ କରିବା ପାଇଁ ସ୍ଥିର କରାଯାଇଛି । ସେହପିର ଦ୍ୱିତୀୟ ନିର୍ଧାରଣ ଅନୁସାରେ ବାର କାଉନସିଲର ଡାକରାରେ ଫେବୃୟାରୀ ୧୧ ଓ ୧୨ ଓକିଲମାନଙ୍କ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଉକ୍ତ ଦୁଇଦିନ ଛତ୍ରପୁର ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ୧୨ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା