

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଦ୍ୱିତୀୟ ଲହରୀରେ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଣି ଥରେ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାର ନିୟମ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଉଛି । ମାସ୍କ ହିଁ କରୋନା ଦାଉରୁ ରକ୍ଷା ପାଇବାରେ ଏକ ମାତ୍ର କବଚ ବୋଲି କୁହାଯାଉଛି । ତେଣୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଛି । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେହିମାନଙ୍କୁ ପିନ୍ଧିବାକୁ କୁହାଯାଉଛି ଏବଂ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବା ଉପରେ ଲୋକଙ୍କୁ ସଚେତନା କରାଯିବା ସହ ଦୈନିକ ଯାଞ୍ଚ କରାଯାଉଛି । ଆଜି ଛତ୍ରପୁର ଓକିଲ ସଂଘ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିନା ମାସ୍କଧାରୀ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ ମାସ୍କ ପିନ୍ଧିବା ଉପରେ ସଚେତନା କରାଯାଇଛି । ଏହି ସଚେତନା କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ସଞ୍ଜୟ ବେହେରା, କମଳଲୋଚନ ଦାସଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ ।

