ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଆଜି ଭୋଟ ଗ୍ରହଣ ହୋଇଥିବା ସହ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ସଂଘର ସଭାପତି ଭାବେ କେ.ଶିବରାମ ରେଡ୍ଡୀ, ଉପସଭାପତି ଭାବେ ସନ୍ତୋଷ କୁମାର ପଶୁପାଳକ, ସାଧାରଣ ସଂପାଦକ ଏସ୍.ଶ୍ୟାମ କୁମାର ଏବଂ ଲାଇବ୍ରେରୀ ଓ ସେମିନାରୀ ସଂପାଦକ ଭାବେ ଅପସରା ଜାନ ନିର୍ବାଚିତ ହୋଇଛନ୍ତି । ସଂଘର କର୍ମକର୍ତ୍ତା ନିମନ୍ତେ ଗତ ୨୮ତାରିଖ ଦିନ ୧୧ଜଣ ସଦସ୍ୟ ବିଭିନ୍ନ ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏଥିରେ ସଭାପତି ନିମନ୍ତେ ରାମକୃଷ୍ଣ ଦାଶ, କେ.କମଳ ଲୋଚନ ଦାସ ଓ କେ.ଶିବରାମ ରେଡ୍ଡୀ ମ୍ମରେ ନିର୍ବାଚନ ହୋଇଥିଲା ସେଥିରୁ କେ.ଶିବରମା ରେଡ୍ଡୀ ୭୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ନିମନ୍ତେ ସନ୍ତୋଷ କୁମାର ପଶୁ ପାଳକ, ଡମିନାଥ ସାହୁ ଓ ସୁରେନ୍ଦ୍ର କୁମାର ପଣ୍ଡା ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ସନ୍ତୋଷ କୁମାର ପଶୁପାଳକ ୪୯ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ସାଧାରଣସଂପାଦକ ନିମନ୍ତେ ଡି.ପଦ୍ମନାଭ ପ୍ରଧାନ, ଶିବ ପ୍ରସାଦ ସାହୁ ଏବଂ ଏସ୍.ଶ୍ୟାମ କୁମାର ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ସେଥିରେ ଏସ.ଶ୍ୟାମକୁମାର ୫୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଲାଇବ୍ରେରୀ ଓ ସେମିନାର ସଂପାଦକ ନିମନ୍ତେ ବିଶ୍ୱ ଭୂଷଣକ ପାଢୀ ଓ ଅପସରା ଜାନ୍ ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ସେଥିରେ ଅପସରାଜାନ୍ ୯୨ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାଚନ ଅଧିକାରୀ ଭାବେ ଦେବେନ୍ଦ୍ରନାଥ ମିଶ୍ର ଓ ସଂଜୟ କୁମାର ବେହେରା ଦାୟିତ୍ୱ ତୁଲାଇଛନ୍ତି । ସୂଚନା ଯେ ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ କେ.ଶିବରାମ ରେଡ୍ଡୀ ସଭାପତି ହୋଇଥିବା ସାଧାରଣ ସଂପାଦକ ଭାବେ ଏସ୍.ଶ୍ୟାମ କୁମାର ସଂପାଦକ ଭାବେ ୫ମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା