

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅଧିନସ୍ଥ ସମସ୍ତ ମକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବିରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ରବିବାର ସପ୍ତମ ଦିନରେ ପହଁଚିଛି । ସଂଘର ସଭାପତି କେ. ଶିବ ରାମ ରେଡ୍ଡିଙ୍କ ନେତୃତ୍ୱରେ ଛତ୍ରପୁର କୋର୍ଟ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଛି । ଆଜିର ଧାରଣାରେ ଛତ୍ରପୁର ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ ଯୋଗଦେଇ ଓକିଲ ସଂଘ ସଦସ୍ୟମାନଙ୍କର ବିଭିନ୍ନ ଦାବି ସଂପର୍କରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଏସ୍. ଶ୍ୟାମ କୁମାର, ମନୋଜ କୁମାର ପାଢୀ, ରାଜେନ୍ଦ୍ର ଦାଶ, ସୁରେଶ ପଟ୍ଟନାୟକ, ନିତ୍ୟାନନ୍ଦ ମୁଦୁଲି, ଦେବେନ୍ଦ୍ର ମିଶ୍ର, ପଦ୍ମଚରଣ ସାହୁ, ମହୋନ ରେଡ୍ଡି, ପ୍ରଦୀପ କୁମାର ପାଢୀ, ବ୍ରଜମୋହନ ଆଚାର୍ଯ୍ୟ, ଡମିନାଥ ସାହୁ, ପି. ଧର୍ମା ରେଡ୍ଡି, ମନୋଜ କୁମାର ବେହେରା, ରମେଶ ପଣ୍ଡାଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ । ଦାବି ସଂପର୍କିତ କୌଣସି ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘର ସଭାପତି ଶ୍ରୀ ରେଡ୍ଡି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା