ଛତ୍ରପୁର ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୩୧ ଦିନରେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ଛତ୍ରପୁର ଓକିଲ ସଙ୍ଘ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଗତକାଲି ୩୧ ଦିନରେ ପହଞ୍ଚିଛି । ଗଞ୍ଜାମ ତହସିଲ ଅନ୍ତର୍ଭୁକ୍ତ ରମ୍ଭା ଥାନା ଅଧୀନ ସମସ୍ତ ମକଦ୍ଦମା ଛତ୍ରପୁର କୋର୍ଟ ପରିସର କରିବା ଦାବି ନେଇ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ପୂର୍ବରୁ ଏ ସମ୍ପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଗଞ୍ଜାମ ଜିଲ୍ଲା ଜଜଙ୍କୁ ଭେଟି ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା