ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ରି କଲେ ପିଆଜ…

ଛତ୍ରପୁର (ସମୃଦ୍ଧ ଓଡିଶା) କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜର ଆକାଶ ଛୁଆଁ ଦରବୃଦ୍ଧି ବିରୁଦ୍ଧରେ ଅଭିନବ ଉପାୟରେ ପିଆଜ ବିକି ପ୍ରତିବାଦ ଜଣାଇଲେ କଂଗ୍ରେସ ଦଳ । ଏହି ବିକ୍ଷୋଭ ଛତ୍ରପୁରର ସାଧାରଣ ଲୋକଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିଥିଲା । କ୍ଷଣିକ ଭିତରେ ଲୋକେ ପିଆଜ କିଣିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇଯାଇଥିଲା ଏବଂ ଲାଇନରେ ଛିଡ଼ା ହେଇଥିବାରୁ ଠେଲାପେଲା ସ୍ଥିତି ମଧ୍ୟ ଉପୁଜିଥିଲା । କ୍ଷଣିକ ଭିତରେ ୨୦୦ କୁଇଣ୍ଟଲ ପିଆଜ ସରି ଯାଇଥିଲା । ବଜାରରେ ଏକ କିଲୋ ୧୨୦ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ କିଲୋ ପ୍ରତି ୬୦ ଟଙ୍କା ଲେଖାଏଁ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ରି କରାଯାଇଥିଲା । ଏହି ବିକ୍ଷୋଭରେ କଂଗ୍ରେସ ନେତା ଭାଗିରଥି ବେହେରା, ଜି. ଏରେୟା, ଗଣପତି ବାରିକ, ସରପଞ୍ଚ ରାମସ୍ୱାମୀ ରେଡି, କାଳିଆ ରାଉଳ ଓ ଇଜୁ ଅମିନ ଖାନ ପ୍ରମୁଖ କେନ୍ଦ୍ର ରାଜ୍ୟ ସରକାରଙ୍କ ଅନିୟନ୍ତ୍ରିତ ପିଆଜ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା