

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର କଂଗ୍ରେସ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ୧୫୨ତମ ଜନ୍ମ ଜୟନ୍ତୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବହାଦୁର ଶାସ୍ତ୍ରୀଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଛତ୍ରପୁର ବ୍ଳକ କଂଗ୍ରେସ ସଭାପତି ଅବନି ଶତପଥୀ ଓ ଟାଉନ୍ କଂଗ୍ରେସ ସଭାପତି ଜଲାଲ ଖାନଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । ଏହି ଅବସରରେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଉଭୟ ମହାପୁରୁଷଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ସଦରମହକୁମା ଛତ୍ରପୁର ସହରରେ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ଗାନ୍ଧୀଜୀ ପ୍ରତିମୂର୍ତ୍ତି ଅବସ୍ଥାପିତ ନହେବା, ଗାନ୍ଧୀ ପ୍ରେମିଙ୍କ ମନରେ ଆଜି କୁଠାରଘାତ ସାଦୃଶ୍ୟ ବୋଲି ମତ ପାଇଥିବା ବେଳେ ଜିଲ୍ଲା ପ୍ରଶାସନକୁ ଛତ୍ରପୁର ସହରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯିବ ବୋଲି ମଧ୍ୟ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଠାରେ କିଛି ଅସୁସ୍ଥ ବ୍ୟକ୍ତି ମାନଙ୍କୁ କ୍ଷୀର, ବ୍ରେଡ, ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବୋଧ ସୁମନ ସ୍ବାଇଁ, ଦୀପକ ରାଉଳ, ରାମ ତ୍ରିପାଠୀ, ଟି. କିଷ୍ଣା ରେଡି, ଜିତୁ ବେହେରା, ଚିଦାନନ୍ଦ ପ୍ରଧାନ, ଶିବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



