

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ (NSS) ପକ୍ଷରୁ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନହ୍ବାଇକେଏମ୍ (NYKS) ପକ୍ଷରୁ ବୃକ୍ଷ ପ୍ରଦାନ କରି ସହଯୋଗର ହାତ ବଢାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପଚାଶରୁ ଅଧିକ ଛାତ୍ରଛାତ୍ରୀ ସେଛାକୃତ ଭାବେ ଯୋଗଦେଇ ମହତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କଲେଜ ଅଧ୍ୟକ୍ଷା ଡଃ ପିଙ୍କିରାଣି ଦେଇ ଏବଂ ଏନ୍ ଏସ୍ ଏସ୍ ର ଦାୟିତ୍ବରେ ଥିବା ଓଡ଼ିଆ ଅଧ୍ୟାପକ ଲମ୍ବୋଧର ନାୟକ ଡ୍ରେମୋରଷ୍ଟ୍ରେଟର୍ ସୁରେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ NSSର ଛାତ୍ର ପ୍ରିୟଂଶୁ ରେଡି, ମହେଶ ଗୌଡ, ରାକେଶ ଆଚାର୍ଯ୍ୟ, ସୋନାଲି ଦାସ, ରାଜଶ୍ରୀ ଦୋରା, ମୁନା ଦାସ, କାମିନି ନାହାକ, ଲିଖିତା ବେହେରା, ଅମିତ ପୋଲେଇ ଓ ପୂର୍ବତନ ଛାତ୍ର NYKS ଛତ୍ରପୁର କ୍ଲବ୍ ସଭାପତି ଇଜୁ ଆମିନ୍ ଖାନ୍ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





