

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସାଥିରେ ଆସିଥିବା କଂଗ୍ରେସ ମିଡ଼ିଆ ସେଲ ରାଜ୍ୟ ସତ୍ୟ ପ୍ରକାଶ ନାୟକଙ୍କୁ ମଧ୍ୟ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ଠାରେ ପାରଳାଖେମୁଣ୍ଡି ବିଧାୟକ ସୁରିୟା ରାଓଙ୍କ ସମେତ ଯୁବ , ଛାତ୍ର କଂଗ୍ରେସ, ପୂର୍ବତନ ଛାତ୍ର କଂଗ୍ରେସ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ,ନଗର କଂଗ୍ରେସର ବହୁ ବିଶିଷ୍ଟ ନେତା ଓ କର୍ମୀମାନେ ଯୋଗଦେଇ ସମ୍ବର୍ଦ୍ଧନାରେ ଅଂଶ ଗ୍ରହଣ କରିଥିଲେ । ଏଥିସହ ଛତ୍ରପୁର ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, ଚିକଲଖଣ୍ଡି ପୂର୍ବତନ ସରପଞ୍ଚ ରାମ ସ୍ୱାମୀ ରେଡ୍ଡୀ, ଗୋପାଳପୁର ବନ୍ଦରର ଡକ ୱାର୍କରସ ସଂଘର ସଭାପତି ତଥା ଯୁବ ଆଇଏନଟିୟୁସିର ଗଞ୍ଜାମଜିଲ୍ଲା ସଭାପତି ଜି. ଆରିୟା, ଛତ୍ରପୁର ନଗର କଂଗ୍ରେସ ସଭାପତି ଜଲାଲ ଖାନ୍, ଯୁବକ ଛାତ୍ର ସଭାପତି ବଳିଆ ବେହେରା, ଭାଗିରଥି ବେହେରା, ଏମ. ହାଡୁ ରେଡ୍ଡୀ, ବି.ଲିଙ୍ଗରାଜ ପାତ୍ର, ଛାତ୍ର ନେତା ସୁବୋଧ ସୁମନ ସ୍ୱାଇଁ, ଦୀପକ ରାଉଳ, ଅଭିଷେକ ପଟ୍ଟନାୟକ, ମହେଶ ଗୌଡ଼ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ମିଡ଼ିଆ ସେଲ ସତ୍ୟପ୍ରକାଶ ନାୟକଙ୍କୁ ସମ୍ବର୍ଦ୍ଧିତ କରି ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା











