

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଦେବୀନଗର, ଡାଲଡା କଳ ସନ୍ନିହିତ ମାଁ କଳ୍ପବାସିନୀ ପୀଠ(ବୁଢୀ ଠାକୁରାଣୀ) କଲ୍ୟାଣ ମଣ୍ଡପ ଠାରେ ଆଗାମୀ ୧୮ତାରିଖରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କ ସାମ୍ଭାବ୍ୟଗସ୍ତକୁ ଆଖିଆଗରେ ରଖି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ବିଜେପି ତରଫରୁ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ବିଭୁତି ଭୁଷଣ ଜେନା, ଗଜପତି ପ୍ରଭାରୀ ସରୋଜ ସାବତ, ଜିଲ୍ଲା ଉପସଭାପତି ଶରତ କୁମାର ସାହୁ(ଝୁଲୁ), ଜିଲ୍ଲାର ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର ପ୍ରମୂଖ ଉପସ୍ଥିତ ଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳିର ମଣ୍ଡଳ ସଭାପତି ବିଭିନ୍ନ ମୋର୍ଚ୍ଚାର ପ୍ରମୂଖ ବ୍ୟକ୍ତିବିଶେଷ, କାର୍ଯ୍ୟକର୍ତ୍ତା ସାଂଗଠନିକ ଏବଂ ସଦସ୍ୟ ସଂଗ୍ରହ ଅଭିଯାନର ପର୍ଯ୍ୟାଲୋଚନା ବୈଠକରେ ଭାଗ ନେଇଥିଲେ । ଭୃଗୁ ବକ୍ସିପାତ୍ର ସଦସ୍ୟ ସଂଗ୍ରହ ସଂଖ୍ୟାର ଅଭିବୃଦ୍ଧି ନିମନ୍ତେ ସହଯୋଗୀ ମାନଙ୍କ ସହ ମିଶି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା


