

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟ ଉଜ୍ଜ୍ୱଳେଶ୍ଵରୀ ମନ୍ଦିର ନିକଟରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ବାବୁ ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ସମସ୍ତ କଂଗ୍ରେସ କର୍ମୀ ଏକ ହୋଇ ନିଜର ହକ ପାଇଁ ଲଢେଇ କରିବାକୁ ହେବ । ନିଜ ଅଧିକାରକୁ କିଏ ପ୍ରତିହତ କଲେ ପ୍ରତିବାଦ କରିବା, ଜିଲ୍ଲାରେ ସାଂଗଠନକୁ ସୁଦୃଢ କରି କଂଗ୍ରେସକୁ କ୍ଷମତା ସିନ କରିବା ଓ ବିଜେଡିର କୁଶାସନ ବିରୁଦ୍ଧରେ ଲଢ଼ିବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସହରରେ ବିରାଟ ପଟୁଆର କରି ସଭାସ୍ଥଳରେ ପହଞ୍ଚିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ, ଜିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଆଚାର୍ଯ୍ୟ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ବିସ୍ମୟ ମହାପାତ୍ର, ସୁଜ୍ଞାନୀ ପଟ୍ଟନାୟକ, ଗଣେଶ ରେଡି, ଯୁବ ନେତା ମହେଶ ଗୌଡ଼, କ୍ରିଷ୍ଣା ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ନେତା ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



