

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ଵରେ ସମସ୍ତେ ଦାଖଲ କରିଛନ୍ତି । ଆଜି ୫ଟି ଜୋନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେମାନେ ହେଲେ ଜୋନ୧୪ରୁ ଶ୍ରୀମତୀ ପ୍ରଭାସିନୀ ନାୟକ, ସ୍ୱାମୀ- ସନ୍ତୋଷ ମହାପାତ୍ର, ଜୋନ୧୫ରୁ ସୁମନ୍ତ ଦାସ, ପିତା- ଶବର ଦାସ, ଜୋନ୧୯ରୁ ଶ୍ରୀମତୀ ସନ୍ତୋସୀ ନାହାକ, ସ୍ୱାମୀ- ସମ୍ପଦ ନାହାକ, ଜୋନ୨୦ରୁ ଏନ ଦୀନବନ୍ଧୁ, ପିତା- ଏନ ଦୁରଜୁଲୁ, ଜୋନ୨୧ରୁ ଶ୍ରୀମତୀ ପ୍ରମିଳା ସେଠୀ, ସ୍ୱାମୀ- ସୁରେନ୍ଦ୍ର ସେଠି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


